Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ୍‌କୁ ଧକ୍କା ଦେଇ ବନ୍ଧ ଭିତରକୁ ପସି ଓଲାଟିଲା କାର; ଅଳ୍ପକେ ବର୍ତ୍ତିଲେ ଜିଲ୍ଲା ପରିଷଦ ସଦସ୍ୟ ଭାନୁପ୍ରତାପ ମାଝୀ ।

ବଲାଙ୍ଗୀର,୨୭।୧୧: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଜାମଖୁଣ୍ଟା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜିଲ୍ଲା ପରିଷଦ ସଦସ୍ୟ ତଥା ଆଦିବାସୀ ନେତା ଭାନୁପ୍ରତାପ ମାଝୀ ଏବଂ ତାଙ୍କ ସହ ଥିବା ଅନ୍ୟ ଜଣେ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କାରଟି ଭାରସାମ୍ୟ ହରାଇ ବନ୍ଧ ଭିତରକୁ ଖସି ଓଲଟି ପଡ଼ିଛି।
ସୂଚନା ଅନୁଯାୟୀ, ଭାନୁପ୍ରତାପ ମାଝୀ ଓ ଅନ୍ୟ ଜଣେ ବ୍ୟକ୍ତି ଏକ କାର (OD 26G 7247) ଯୋଗେ ନୂଆପଡ଼ା ଅଭିମୁଖେ ଯାଉଥିଲେ। ଏହି ସମୟରେ ଜାମଖୁଣ୍ଟା ନିକଟସ୍ଥ ବନ୍ଧ ଘାଟି ନିକଟରେ କାରଟି ଦ୍ରୁତ ଗତିରେ ଆସି ରାସ୍ତାକଡ଼ରେ ରଖା ହୋଇଥିବା ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଧକ୍କା ପରେ କାରଟି ନିୟନ୍ତ୍ରଣ ବାହାର ହୋଇ ନିକଟସ୍ଥ ବନ୍ଧ ଭିତରକୁ ଓଲଟା ହୋଇ ପଶି ଯାଇଥିଲା।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବନ୍ଧ ଭିତରୁ କାରରେ ଥିବା ଉଭୟ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ଚିକିତ୍ସା ପାଇଁ ଖଡ଼ିଆଳ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅନ୍ୟପକ୍ଷରେ, ଦୁର୍ଘଟଣାଗ୍ରସ୍ତ ବାଇକ୍‌ର ମାଲିକ ସୁବାସ ସାହୁ ଗାଡ଼ି ରଖି ବନ୍ଧରେ ଗାଧୋଇବାକୁ ଯାଇଥିବାରୁ ସେ ଏହି ଅଘଟଣରୁ ସୁରକ୍ଷିତ ରହିଛନ୍ତି। ଘଟଣା ପରେ ବାଇକ୍ ଚାଳକ ସୁବାସ ସାହୁ ମଧ୍ୟ ସ୍ଥାନୀୟ ଲୋକଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories