ଅଡୁଆ ପରିସ୍ଥିତିରେ ଅନଲାଇନ୍ ଶପିଂ କମ୍ପାନୀ ଆମାଜନ!
ନୂଆଦିଲ୍ଲୀ,୧୧।୩: ବିଶ୍ୱର ବଡ଼ ଅନଲାଇନ୍ ଶପିଂ କମ୍ପାନୀ ପଡିଛି ଅଡୁଆରେ। ପ୍ରମୂଖ କମ୍ପାନୀ Amazon ଟେକ୍ନିକାଲ୍ ସମସ୍ୟାକୁ ନେଇ ଚର୍ଚ୍ଚାରେ ଆସିଛି । କିଛି ସମୟ ପାଇଁ କମ୍ପାନୀର କିଛି ଅନଲାଇନ୍ ସର୍ଭିସ୍ରେ ବାଧା ଦେଖାଦେଇଥିଲା । ଏହାର ପ୍ରଭାବରେ ଅନେକ ଗ୍ରାହକ ପ୍ରଡକ୍ଟ ଦେଖିବା ଓ ଅର୍ଡର କରିବା ଅସୁବିଧାର ସାମ୍ନା କରିଥିଲେ । ଘଟଣା ପରେ କମ୍ପାନୀର ଚିନ୍ତା ବଢ଼ିଛି ଓ କାରଣ ଖୋଜିବାକୁ କାରଣ ଖୋଜିବା ଆରମ୍ଭ ହୋଇଛି ।
ଖବର ଅନୁସାରେ, ଏହି ସମସ୍ୟାର ପଛରେ AI ସହାୟତାରେ ଲେଖାଯାଇଥିବା କୋଡ୍ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏହାକୁ ନେଇ Amazon ଶୀଘ୍ର ଇଞ୍ଜିନିୟରମାନଙ୍କ ସହ ଏକ ଆଭ୍ୟନ୍ତରୀଣ ବୈଠକ କରିବ । ବୈଠକରେ AI କୋଡ୍ କିପରି ଯାଞ୍ଚ କରାଯିବ ସେଥିରେ ଆଲୋଚନା ହେବ। ଆଗକୁ ଏପରି ସମସ୍ୟା ନ ହେବାକୁ ନୂଆ ନିୟମ ମଧ୍ୟ ଆଣାଯାଇପାରେ ।
କିଛି ତଥ୍ୟ ଅନୁସାରେ, ଗତବର୍ଷ Amazon ୩୦,୦୦୦ରୁ ଅଧିକ ସଫ୍ଟୱେର ଇଞ୍ଜିନିୟରଙ୍କୁ ଚାକିରିରୁ ବାହାରକରିଥିଲା, ସେହି କାମ ଗୁଡିକ AI କରିପାରିବ ବୋଲି କହି, କିନ୍ତୁ ବର୍ତ୍ତମାନ Amazon ଏଭଳି ପରିସ୍ଥିତିରେ ପଡିଛି । AI ରେ promt ପକେଇ app ତିଆରି କରିବା ସହଜ କିନ୍ତୁ ତାକୁ କଂଟ୍ରୋଲ କାରିବା ପାଇଁ softwear ଇଞ୍ଜିନିୟରର ଆବଶ୍ୟକତା ଥାଏ । AI ର ବହୁଳ ବ୍ୟବହାର ବଢ଼ୁଥିବା ସମୟରେ ଏହି ଘଟଣା ଟେକ୍ ଜଗତରେ ନୂଆ ଚର୍ଚ୍ଚା ଆରମ୍ଭ କରିଛି ।

