୧୩ ବର୍ଷ ହେଲା ଶଯ୍ୟାଶାୟୀ ଥିଲେ ହରୀଶ; ଏବେ ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି
ନୂଆଦିଲ୍ଲୀ,୧୧।୩: ଜୀବନ ଅଛି ହେଲେ ୧୩ ବର୍ଷ ହେଲା ଏମିତି ଅଚେତ ହୋଇ ବେଡ୍ରେ ପଡ଼ି ରହିଛନ୍ତି । ଠିକ୍ ହେବାର ଆଶାବି ବହୁତ କମ ରହିଛି। ଆଉ ଏବେ ସୁପ୍ରିମକୋର୍ଟ ଉକ୍ତ ଯୁବକ ହରୀଶ ରାଣାଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେଇଛନ୍ତି ।
ସୂଚନା ଅନୁସାରେ, ସୁପ୍ରିମକୋର୍ଟର ଜଷ୍ଟିସ୍ ଜେବି ପାରଦିୱାଲା ଓ ଜଷ୍ଟିସ୍ କେଭି. ବିଶ୍ଵନାଥନଙ୍କ ଦ୍ଵାରା ଗଠନ ହୋଇଥିବା ଖଣ୍ଡପୀଠ ଇଚ୍ଛାମୃତ୍ୟୁକୁ ଅନୁମତି ଦେଇଛନ୍ତି। ଦିଲ୍ଲୀ ଏମ୍ସ ପକ୍ଷରୁ ରିପୋର୍ଟ ମିଳିବା ପରେ ସୁପ୍ରିମକୋର୍ଟ ଦେଶର ପ୍ରଥମ ଇଚ୍ଛାମୃତ୍ୟୁକୁ ଅନୁମତି ଦେଇଛନ୍ତି । ତେବେ ହରୀଶଙ୍କ ବାପାମାଆ ପୁଅର ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ପୂର୍ବରୁ ମାମଲା ଦାଏର କରିଥିଲେ । ୧୩ ବର୍ଷ ହେଲା ହରୀଶ ଶଯ୍ୟାଶାୟୀ ଅଛନ୍ତି ।
ଗାଜିଆବାଦର ହରୀଶ ରାଣାଙ୍କୁ ପାସିଭ୍ ୟୁଥାନାସିଆ (ଇଚ୍ଛାମୃତ୍ଯୁ) ଦେବା ଉପରେ ସୁପ୍ରୀମକୋର୍ଟ ଅନୁମତି ଶୁଣାଇଛନ୍ତି । ପୂର୍ବ ଶୁଣାଣିରେ ସୁପ୍ରିମକୋର୍ଟ ହରୀଶଙ୍କ ପରିବାର ସହ ଆଲୋଚନା କରିଥିଲେ । ହରୀଶ ଠିକ୍ ହେବା ଆଶା ନଥିବାରୁ ବାପାମାଆ ଇଚ୍ଛାମୃତ୍ୟୁ ପାଇଁ ଦାବି କରିଥିଲେ ।
ଏନେଇ ହରୀଶ ରାଣାଙ୍କୁ ସୁପ୍ରିମକୋର୍ଟ ଦିଲ୍ଲୀ ଏମ୍ସକୁ ମଧ୍ୟ ରିପୋର୍ଟ ମାଗିଥିଲେ । ଏମ୍ସର ରିପୋର୍ଟ ଅନୁଯାୟୀ, “ହରୀଶ କେବେ ବି ଆଉ ଠିକ୍ ହୋଇ ପାରିବେ ନାହିଁ ।”ତେବେ ଏମ୍ସର ଏହି ମତ ଉପରେ ଜଷ୍ଟିସ୍ ଜେବି ପାରଦିୱାଲା ଅତ୍ୟନ୍ତ ଦୁଃଖ ପ୍ରକାଶ କରଛନ୍ତି । ସେ କହିଛନ୍ତିଯେ, ଆମେ ନିଷ୍ପତ୍ତି ନେବା ଅତ୍ୟନ୍ତ କଠିନ ଏବଂ ଯୁବକଙ୍କୁ ଏଭଳି ଦୁଃଖରେ ରଖି ପାରିବା ନାହିଁ ।”
ସୂଚନାଯୋଗ୍ୟ, ହରୀଶ ରାଣା ହେଉଛନ୍ତି ୨୦ ବର୍ଷର ସେ ୨୦୧୩ରେ ପଞ୍ଜାବ ବିଶ୍ଵବିଦ୍ୟାଳୟରେ ପଢ଼ୁଥିଲେ । ଆଉ ସେହି ସମୟରେ ସେ ରହୁଥିବା ହଷ୍ଟେଲର ଚତୁର୍ଥ ମହଲାରୁ ଖସି ପଡ଼ିଥିଲେ । ଯେଉଁଥିରେ ସେ ଗୁରୁତର ଆହତ ଭାବେ ଆହତ ହୋଇଥିଲେ। ପରେ ତାଙ୍କୁ ଲାଇଫ୍ ସପୋର୍ଟରେ ରଖା ଯାଇଥିଲା ।
ସେବେଠୁ ସେ ଶଯ୍ୟାଶାୟୀ ଥିବା ବେଳେ ଟ୍ରେଚୋଷ୍ଟୋମି ଟ୍ୟୁବ୍ରେ ନିଶ୍ଵାସ ପ୍ରଶ୍ଵାସ ନେବା ଏବଂ ଗାଷ୍ଟ୍ରୋଜେଜୁନୋଷ୍ଟୋମି ଟ୍ୟୁବ୍ରେ ଖାଦ୍ୟ ଖାଉଥିଲେ । ୧୩ ବର୍ଷ ହେଲା ଏକମାତ୍ର ପୁଅର ଦେଖାଶୁଣା କରି ଆସୁଥିଲେ ବୃଦ୍ଧ ପିତାମାତା । ଆଉ ଏବେ ହରୀଶ ରାଣାଙ୍କୁ ସୁପ୍ରିମକୋର୍ଟ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେଇଛନ୍ତି।

