Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଣିରୁ ଜଳିବ ଚୁଲ୍ଲି!

ନୂଆଦିଲ୍ଲୀ,୧୧।୩: LPG ସିଲିଣ୍ଡର ଦାମକୁ ନେଇ ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ପାଣିରୁ ହାଇଡ୍ରୋଜେନ୍ ବାହାର କରି ରୋଷେଇ ହୋଇପାରିବା କଥା କହିଛନ୍ତି । ସେ କହିଛନ୍ତି, ପାଣିରୁ ମିଳୁଥିବା ହାଇଡ୍ରୋଜେନ୍ କୁ ଇନ୍ଧନ ଭାବେ ବ୍ୟବହାର କଲେ LPG ଉପରେ ନିର୍ଭରତା କମିପାରେ । ଏହା ଏବେ  ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବ୍ୟବସ୍ଥା ପ୍ରଥମେ ଆଶ୍ରମରେ ପରୀକ୍ଷଣ କରାଯିବ, ଯଦି ଏହା ସଫଳ ହୁଏ, ତେବେ ଏହାକୁ ଅନ୍ୟତ୍ର କାର୍ଯ୍ୟକାରୀ କରାଯିବ । ତେବେ ଏହି ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ସେ ମହେଶଙ୍କୁ ଶ୍ରେୟ ଦେଉଛନ୍ତି ।

କେହି ଏହାକୁ ନୂଆ ଓ ପରିବେଶମିତ୍ର ପ୍ରଯୁକ୍ତି ବୋଲି କହୁଥିବା ବେଳେ ଅନ୍ୟ ମାନେ LPG ଦାମ ବୃଦ୍ଧି ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଆଲୋଚନା କରିବା ଉଚିତ ବୋଲି କହୁଛନ୍ତି । ତେବେ ଏହି ପ୍ରଣାଳୀ କେତେ ଦୂର ପର୍ଯ୍ୟନ୍ତ ପ୍ରାୟୋଗିକ ଓ ସାଧାରଣ ଲୋକଙ୍କ ପାଇଁ ସମ୍ଭବ, ତାହା ପରୀକ୍ଷଣ ପରେ ଜଣାପଡିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ