Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ବିଜେଡି ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ଯୋଗଦେବେ!

ବିଜେଡିକୁ ବଡ଼ ଝଟକା! ଓଡ଼ିଶାର ରାଜନୀତିରେ ନୂଆ ପରିବର୍ତ୍ତନ ଦେଖାଯାଇଛି । ବାଲେଶ୍ୱରର ପୂର୍ବତନ ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ବିଜୁ ଜନତା ଦଳ ରୁ ପଦତ୍ୟାଗ କରିଛନ୍ତି । ସେ ନିଜ ପଦତ୍ୟାଗ ପତ୍ର, ଦଳ ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ସୂଚନା ମିଳିଛି ।ସୂତ୍ର ଅନୁସାରେ, ରବୀନ୍ଦ୍ର ଜେନା ବୁଧବାର ଭୁବନେଶ୍ୱରରେ ବହୁ ସମର୍ଥକଙ୍କ ସହ ବିଜେପିରେ ଯୋଗଦେଇପାରନ୍ତି ବୋଲି ଜଣ ପଡିଛି । ସେ ୨୦୧୪ରେ ବାଲେଶ୍ୱରରୁ ଲୋକସଭା ସାଂସଦ ହୋଇଥିଲେ, କିନ୍ତୁ ୨୦୧୯ରେ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ସାରଙ୍ଗୀଙ୍କ ପାଖରେ ପରାଜିତ ହୋଇଥିଲେ । ଖବର ଅନୁସାରେ, ତାଙ୍କ ସହ କିଛି ସ୍ଥାନୀୟ ନେତା ଓ ସମର୍ଥକମାନେ ମଧ୍ୟ ଦଳ ବଦଳ କରିପାରନ୍ତି । ଆସନ୍ତା ରାଜ୍ୟସଭା ନିର୍ବାଚନ ପୂର୍ବରୁ ଏହି ପଦକ୍ଷେପ ଓଡ଼ିଶା ରାଜନୀତିରେ ନୂଆ ଚର୍ଚ୍ଚାର ବିଷୟ ହୋଇଛି ।ଏପରି ସମୟରେ ଆସନ୍ତା ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୀତିକ ଗଣିତ ଆଉ ଜଟିଳ ହୋଇଛି । ଏଥର ଓଡ଼ିଶାରୁ ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି । ବିଜେପି ପକ୍ଷରୁ ମନମୋହନ ସାମଲ ଓ ସୁଜିତ କୁମାର ପ୍ରାର୍ଥୀ ହୋଇଥିବାବେଳେ, ବିଜେଡି ପକ୍ଷରୁ ସନ୍ତୃପ୍ତ ମିଶ୍ର ଓ ଡା. ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରାଯାଇଛି । ଅନ୍ୟପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ମାଇଦାନରେ ଥିବା ସହ ବିଜେପିର ସମର୍ଥନ ପାଇଛନ୍ତି ।ଏହି ପରିସ୍ଥିତିରେ ରବୀନ୍ଦ୍ର ଜେନାଙ୍କ ଦଳବଦଳ ବିଜେଡିର ଭୋଟ ଗଣିତକୁ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ବଢ଼ିଛି । ଦୁଇଟି ଆସନ ବିଜେପି ପାଇଁ ପ୍ରାୟ ନିଶ୍ଚିତ ଥିବା କଥା କୁହାଯାଉଥିବାବେଳେ, ଅବଶିଷ୍ଟ ଆସନଗୁଡ଼ିକୁ ନେଇ ରାଜନୀତିକ ସମୀକରଣ ଆଉ ରୋଚକ ହୋଇଯାଇଛି । ଏମିତିରେ ବିଜେଡି ଅବଶିଷ୍ଟ ଦୁଇଟି ଆସନ ଦଖଲ କରିପାରିବ କି ନାହିଁ, ନା ନିର୍ବାଚନରେ ଆଉ କୌଣସି ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିବ? ସେନେଇ ଏବେ ରାଜନୀତିକ ମହଳରେ ଚର୍ଚ୍ଚା ବଢ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ