ସତରେ କଣ ତୃତୀୟ ବିଶ୍ୱଯୁଦ୍ଧ ହେବ? ଜାଣନ୍ତୁ କେଉଁ ଦେଶ କାହା ସପକ୍ଷରେ….
ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ Israel ଓ Iran ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହା ଫଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ଏହା ଏବେ ଧୀରେ ଧୀରେ ବିଶ୍ୱଯୁଦ୍ଧର ରୂପ ନେବାକୁ ଯାଉଛି। ସେନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି । United States, Germany ଓ United Kingdom ପରି ପଶ୍ଚିମ ଦେଶଗୁଡ଼ିକ ଇସ୍ରାଏଲଙ୍କ ସହ ନିକଟ ସମ୍ପର୍କ ରହିଛି । ସୁରକ୍ଷା ଓ ରାଜନୈତିକ ସହଯୋଗର କାରଣରୁ ଏହି ଦେଶଗୁଡ଼ିକ ଇସ୍ରାଏଲକୁ ସମର୍ଥନ ଦେଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।
ଅନ୍ୟପଟେ Russia ଓ China ପରି ଶକ୍ତିଶାଳୀ ଦେଶଗୁଡ଼ିକ ଇରାନ ସହ ସମ୍ପୂର୍ଣ ଭାବେ ଆର୍ଥିକ ଓ ରାଜନୈତିକ ସହଯୋଗ ରଖିଛନ୍ତି । ସେହିପରି North Korea ଓ Syria ମଧ୍ୟ ଇରାନ ସହ ଭଲ ସମ୍ପର୍କ ରହିଥିବା କଥା ଜଣା ପଡୁଛି । ତଥାପି ବହୁ ଦେଶ ସିଧାସଳଖ ଯୁଦ୍ଧରେ ପ୍ରବେଶ କରିବେ କି ନାହିଁ ସେନେଇ ନିଶ୍ଚିତ କଥା କହିବା କଠିନ।
କିନ୍ତୁ କିଛି ଦେଶ ସନ୍ତୁଳିତ ଭୂମିକା ନେବାକୁ ଚେଷ୍ଟା କରୁଛନ୍ତି । ଯେପରି Turkey, Greece ଓ ଭାରତ ପରି ଦେଶମାନେ ସିଧାସଳଖ କୌଣସି ପକ୍ଷକୁ ସମ୍ପୂର୍ଣ ଭାବେ ସମର୍ଥନ ନକରି ସନ୍ତୁଳିତ ରାଜନୀତି ଅନୁସରଣ କରୁଛନ୍ତି । ବିଶ୍ଳେଷକମାନଙ୍କ ମତାନୁସାରେ, ବର୍ତ୍ତମାନ ସ୍ଥିତି ଗୁରୁତର ହେଲେ ମଧ୍ୟ ଏହାକୁ ବିଶ୍ୱଯୁଦ୍ଧର ଆଖ୍ୟା ଦିଆଯାଇପାରିବ ନାହିଁ ।

