Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଥର ଖରାଦିନେ ହେବନି ପାୱାର କଟ୍: ସୁରେଶ ପୂଜାରୀ

ଭୁବନେଶ୍ଵର,୧୨।୩: ଏଥର ପ୍ରବଳ ଖରାରେ ଜଳିବ ଓଡିଶା। କାରଣ ମାର୍ଚ୍ଚ ମାସରୁ ଆରମ୍ଭ ହେଲାଣି ମୁଣ୍ଡଫଟା ଖରା । ଏପଟେ ରାଜ୍ୟ ସରକାରଙ୍କୁ ଘାରିଛି ଅଂଶୁଘାତ ଚିନ୍ତା । ଅଂଶୁଘାତ ମୁକାବିଲା ପାଇଁ ରାଜ୍ୟ ସରକାର ନେଇଛନ୍ତି ସ୍ବତନ୍ତ୍ର ପଦକ୍ଷେପ । ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ଗୃହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସମସ୍ତ ଜିଲ୍ଲା, ଟ୍ୱିନ୍‌ ସିଟି, ୧୦ ପୌରାଞ୍ଚଳ ପାଇଁ ହିଟୱେଭ ଆକ୍ସନ ପ୍ଲାନ ହୋଇଛି । ଆଉ ୩୧ ପୌରାଞ୍ଚଳ ପାଇଁ ପ୍ରସ୍ତୁତ ହେବ ହିଟୱେଭ ଆକ୍ସନ ପ୍ଲାନ । ରାଜ୍ୟ ଓ ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିଛି । ଏହାସହିତ ଜାତୀୟ ବିପର୍ଯ୍ୟୟ ତାଲିକାରେ ହିଟୱେଭକୁ ସାମିଲ୍ ପାଇଁ ସୁପାରିସ୍ ମଧ୍ୟ ହୋଇଛି । ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ