ଟିଠି ପାଲି ରେ ରାମେଶ୍ଵର ମହୋତ୍ସବ ଉପଲକ୍ଷେ ଜଳନ୍ଧର ଦରବାର ଆୟୋଜିତ
ବିରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଟିଠିପାଲି ଗ୍ରାମ ରାମେଶ୍ବର ମହୋତ୍ସବ ଅବସରରେ ଜଳନ୍ଧର ଦରବାର ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି l ଗୁରୁବାର ସଂଧ୍ୟାରେ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରି ଅଞ୍ଚଳ ର ବିକାଶ ରେ ସମସ୍ତଙ୍କ ଭାଗିଦାରୀ ସମନ୍ଵୟ ରକ୍ଷା ପାଇଁ ପରାମର୍ଶ ଦେଇଥିଲେ l ରାମେଶ୍ବର ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା ଉତ୍ସବ ନେଇ ପ୍ରଶଂସା କରିଥିଲେ। ଉଦ୍ଘାଟନୀ ଉତ୍ସବ ରେ ପୂର୍ବତନ ମନ୍ତ୍ରୀ ବିଷ୍ଣୁପ୍ରିୟା ବେହେରା, ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ଶ୍ରୀୟା କର୍ମୀ , ପୁର୍ବତନ ବ୍ଲକ ଅଧକ୍ଷ ରଞ୍ଜିତ ରଥ , ସମିତି ସଭ୍ୟ ଶୈଳରଞ୍ଜନ ବାଦୀ, ରାମେଶ୍ବର ମନ୍ଦିର ପରିଚାଳନା କମିଟି ସଭାପତି ବିଦେଶୀ ମହାକୁର , ସମ୍ପାଦକ ମଳୟ ଅମାତ, ପୁର୍ବତନ ସଭାପତି ବିଶ୍ଵାମିତ୍ର ଦେହେରି ପ୍ରମୁଖ ମଞ୍ଚାସିନ ଥିଲେ। ସାମାଜିକ କର୍ମୀ ମୀନକେତନ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ । ଅଭିମନ୍ୟୁ ବଗର୍ତ୍ତୀ ଉଦଘୋଷକ ଥିଲେ। ମହାରାଜ ଜଳନ୍ଧର ରାଜ ଆରମ୍ଭ ହୋଇଥିଲା ବ୍ରହ୍ମା ଙ୍କ ଠାରେ ଅମର ବର ପ୍ରାପ୍ତି ପାଇଁ ଜଳନ୍ଧର ତପସ୍ୟା ଅମର ବର ମାଗିବା ଓ ବ୍ରହ୍ମାଙ୍କ ଅମର ବରଦାନ ସ୍ତ୍ରୀ ଅସତୀ ହେଲେ ମୃତ୍ୟୁ ଅବଶ୍ୟମ୍ଭାବୀ ବର ପ୍ରାପ୍ତି ରେ ଉତ୍ଫୁଳିତ ଜଳନ୍ଧର । ସିନ୍ଧୁ ରାଜ୍ୟ ରେ ଜଳନ୍ଧର ରଜଭିସେକ ସମ୍ପନ୍ନ । ରାଜ ଅତିଥି ଭାବେ ଯୋଗଦେଇ ଥିଲେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ । ଜଳନ୍ଧର ଭୂମିକାରେ ଭୁବନେଶ୍ୱର ପଧାନ ଙ୍କ ବରଗଡ଼ ଧନୁଯାତ୍ରା ୧୧ କଣ କଳାକାର ଟିଠୀପାଲି ଯାତ୍ରା ମଞ୍ଚ ରେ ନିଖୁଣ ଅଭିନୟ ଦର୍ଶକ ଙ୍କୁ ବିମୋହିତ କରିଥିଲା। ହଜାର ହଜାର ଦର୍ଶକ ମନ ଭରି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।

