୨୦ ବର୍ଷ ଧରି ହତ୍ୟା ଯୋଜନା! ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବ୍ଦୁଲ୍ଲାଙ୍କ ଉପରେ ଆକ୍ରମଣ ଚେଷ୍ଟା
ଜମ୍ମୁରେ ଏକ ବିବାହ ଅନୁଷ୍ଠାନ ସମୟରେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବ୍ଦୁଲ୍ଲାଙ୍କ ଉପରେ ଗୁଳି ଚାଲାଇବାର ଚେଷ୍ଟା ହୋଇଥିଲା । ସୂଚନା ଅନୁସାରେ, ଜମ୍ମୁର ଗ୍ରେଟର କୈଲାଶ ଅଞ୍ଚଳରେ ଥିବା ଏକ ବିବାହ ଅନୁଷ୍ଠାନରେ ଫାରୁକ୍ ଅବ୍ଦୁଲ୍ଲା ଯୋଗଦେଇଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରେ ପିଷ୍ଟଲ୍ରୁ ଗୁଳି ଚାଲାଇଥିଲେ । କିନ୍ତୁ ସୁରକ୍ଷା କର୍ମୀମାନେ ତୁରନ୍ତ କାର୍ଯ୍ୟକରୀ ହୋଇ ଆକ୍ରମଣକାରୀକୁ ଧରିଦେଇଥିଲେ ଓ ଫାରୁକ୍ ଅବ୍ଦୁଲ୍ଲା ସୁରକ୍ଷିତ ରହିଥିଲେ ।ପୋଲିସ୍ ଅଭିଯୁକ୍ତକୁ ଜମ୍ମୁର ବସିନ୍ଦା ୬୩ ବର୍ଷିୟ କମଲ ସିଂହ ଜାମ୍ୱାଲ୍ ବୋଲି ଚିହ୍ନଟ କରିଛି । ସେ ନିଜର ଲାଇସେନ୍ସ ପ୍ରାପ୍ତ ଗନ୍ ବ୍ୟବହାର କରିଥିବା ଜଣାପଡ଼ିଛି । ପଚରାଉଚରା ସମୟରେ ସେ କହିଥିଲେ ଯେ ପ୍ରାୟ ୨୦ ବର୍ଷ ଧରି ଫାରୁକ୍ ଅବ୍ଦୁଲ୍ଲାଙ୍କୁ ହତ୍ୟା କରିବାର ଯୋଜନା କରୁଥିଲେ ଓ ଏହା ତାଙ୍କର ବ୍ୟକ୍ତିଗତ ଶତ୍ରୁତା ଥିଲା । ଘଟଣା ସମୟରେ ସେ ମଦ୍ୟପାନ କରିଥିବା ପୋଲିସ୍ କରିଛି ଓ ଏହାରେ କୌଣସି ଆତଙ୍କବାଦୀ ଲିଙ୍କ ନଥିବା କଥା ସ୍ପଷ୍ଟ କରାଯାଇଛି ।ଘଟଣା ପରେ ଦେଶର ରାଜନୈତିକ ମହଳରେ ଚିନ୍ତା ଧରିଛି । ଫାରୁକ୍ ଅବ୍ଦୁଲ୍ଲା କହିଛନ୍ତି ଯେ ସେ ଏକ ବଡ଼ ବିପଦରୁ ଅଳ୍ପରେ ବଞ୍ଚିଗଲେ। ଏହି ଘଟଣା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା କୁ ନେଇ ଅନେକ ପ୍ରଶ୍ନ ଉଠୁଛି ।

