ଦେବଗଡ଼ ବହୁଚର୍ଚ୍ଚିତ ଟ୍ରିପଲ୍ ମର୍ଡର ମାମଲା; ଅଭିଯୁକ୍ତ ଗିରଫ
ରିଆମାଳ,୧୪।୩: ବହୁଚର୍ଚ୍ଚିତ ଟ୍ରିପଲ୍ ମର୍ଡର ମାମଲା । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗ୍ରାମର ବହୁଚର୍ଚ୍ଚିତ ଟ୍ରିପଲ୍ ମର୍ଡରର ହତ୍ୟାକାରୀ ୫୨ ବର୍ଷୀୟ ବୟସ୍କ ରମେଶ ଗରିଆ (୫୨)କୁ ଗିରଫ କରିଛି ପୋଲିସ।
ସୁଚନା ପାଇ ପୁଲିସ ଓ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏବଂ ପାଣି ପ୍ରକଳ୍ପ ଉପରକୁ ଯାଇ ଦମକଳ ବାହିନୀ ଅଭିଯୁକ୍ତକୁ ଉଦ୍ଧାର କରିବା ସହିତ ଗିରଫ କରିଛି । ତେବେ ଗତ ବୁଧବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ରମେଶ ହାତୁଡ଼ି ସାହାଯ୍ୟରେ ସ୍ତ୍ରୀ ଗୁଲଗରିଆ (୪୨), ବୋହୂ ଲିପି ମହାକୁଳ (୨୪) ଓ ନାତୁଣୀ ଇଶାନୀ ଗରିଆ (୪) ଙ୍କୁ ମାଡ ମାରି ହତ୍ୟା କରି ଫେରାର ହୋଇ ଯାଇଥିଲା। ଆଜି ସକାଳୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।

