Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଶନ୍‌ ପୂର୍ବରୁ ମାଆଙ୍କୁ କହିଥିଲେ “ଜାଣିନି ମୁଁ ଫେରିବି କି ନା”

ନୂଆଦିଲ୍ଲୀ,୧୪।୩: ଏକ ଏମିତି ଘଟଣା, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଓ ଗର୍ବିତ ଅନୁଭବ କରିବେ । “ମାଆ…ହୁଏତ ମୁଁ ଫେରି ନଆସିପାରିବି” ଏହି କଥା କହି ଘରୁ ବାହାରିଥିଲେ ହରିୟାଣାର ଫରିଦାବାଦର ଯୁବତୀ ପାଇଲଟ୍ ଦୀପିକା ଆଧାନା । ସେ ସମୟରେ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଯୁଦ୍ଧର ସ୍ଥିତି ବି ଗମ୍ଭୀର ରହିଥିଲା, ଆକାଶପଥ ମଧ୍ୟ ସୁରକ୍ଷିତ ନଥିଲା । କିନ୍ତୁ ଏମିତି ସମୟରେ ତାଙ୍କ ଉପରେ ଆସିଲା ଏକ ବଡ଼ ଦାୟିତ୍ୱ, UAE ରେ ଅଟକିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବାର ଦାୟିତ୍ୱ ।

ଦୀପିକା ଆଧାନା ସମ୍ପୂର୍ଣ୍ଣ ମହିଳା କ୍ରୁ ସହ ଏହି ଉଡ଼ାଣ ଆରମ୍ଭ କରିଥିଲେ । ବିମାନଟି UAE ରୁ ୧୬୯ ଜଣ ଭାରତୀୟଙ୍କୁ ନେଇ ଦିଲ୍ଲୀକୁ ଫେରୁଥିବା ବେଳେ କିଛି ସମୟ ପାଇଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସହ ସମ୍ପର୍କ ମଧ୍ୟ ଛିନ୍ନ ହୋଇଯାଇଥିଲା । ସେତେବେଳେ ସମସ୍ତଙ୍କ ମନରେ ଭୟ ବଢ଼ିଗଲା । କିନ୍ତୁ କିଛି ମିନିଟ୍ ପରେ ସବୁ କିଛି ସ୍ଥିର ହେଲା ଓ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କଲା । ଏଭଳି ଭାବରେ ଯୁବତୀ ପାଇଲଟ୍ ଦୀପିକା ଆଧାନା ଓ ତାଙ୍କ ଦଳ ୧୬୯ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣି ସାହସର ଏକ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ