ଉପାସନାଙ୍କ ଭୋଟକୁ ନେଇ ବଢ଼ିଛି ସନ୍ଦେହ! ପ୍ରଶ୍ନ ଉଠାଇଲେ ନବୀନ? ଭୋଟିଂ ରେ ପକ୍ଷପାତ
ଭୁବନେଶ୍ଵର,୧୬।୩: ଆଜି ରାଜ୍ୟସଭା ନିର୍ବାଚନର ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ଭୋଟ ଦେଇଛନ୍ତି ସାଂସଦ ଏବଂ ମନ୍ତ୍ରୀ । ଏହା ମଧ୍ୟରେ ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ବିଜେପି ବିଧାୟିକା ଉପସନା ମହାପାତ୍ରଙ୍କ ଭୋଟକୁ ନେଇ ସନ୍ଦେହ ବଢ଼ିଛି। ଦ୍ୱିତୀୟ ଥର ଭାବେ ତାଙ୍କ ବାଲାଟ ଦେବା ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହା ଗଣତନ୍ତ୍ରର ବିରୋଧ କାର୍ଯ୍ୟ ବୋଲି କହିଛନ୍ତି । ଏହା ସହିତ ପୋଲିଂ ଅଧିକାରୀ ପକ୍ଷପାତିତା କରୁଥିବା ନେଇ ନବୀନ ପଟ୍ଟନାୟକ ମଧ୍ୟ ଦାବି କରିଛନ୍ତି । ସେ ପ୍ରଶ୍ନ କରିଛନ୍ତିଯେ, ଯଦି ଏଭଳି ଭାବେ ଜଣଙ୍କୁ ଦୁଇ ଦୁଇଟି ବାଲାଟ ଦିଆଯିବ ତେବେ ପୋଲିଂ ଅଧିକାରୀ ବାଲାଟ କେଉଁଠୁ ଆଣିବେ । ଏହା ଉପରେ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି । କେବଳ ନବୀନ ପଟ୍ଟନାୟକ ନୁହେଁ ବିଜେଡିି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ଏହି ଅଭିଯୋଗର ସମର୍ଥନ କରିଛନ୍ତି । ସେ କହିଛନ୍ତି, ନିର୍ବାଚନ କମିସନଙ୍କୁ ବିଜେପି ପ୍ରଭାବିତ କରି ବେଆଇନ କାମ କରାଉଛନ୍ତି । ଏହା ଉପରେ ତଦନ୍ତ ହେବାର ଆବଶ୍ୟକତା ରହିଛି ।
ସୂଚନା ଯୋଗ୍ୟ, ରାଜ୍ୟସଭା ନିର୍ବାଚନରେ ଭୋଟିଂ ବେଳେ ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଉପସନା ମହାପାତ୍ର ଭୋଟ ଦେବା ବେଳେ ବାଲାଟରେ ଓଭର ରାଇଟିଂ ପାଇଁ ସେ ଦ୍ୱିତୀୟ ବାଲାଟ ମାଗିଥିଲେ । ଏହାକୁ ନେଇ ନିର୍ବାଚନର ସୁରକ୍ଷିତ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି?

