Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୟା ସରବନି ଯୋଗ ଟ୍ରଷ୍ଟ ର ଉଦ୍ୟମ ରେ ପଶୁ ପକ୍ଷୀ ଙ୍କ ପାଇଁ ପାଣି ବ୍ୟବସ୍ଥା

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ନାକଡେଇଁ ରୁ ପାତାଳୀ ଯିବା ରାସ୍ତା ପାର୍ଶ୍ୱରେ ଥିବା ଗଛ ଓ ଗଛ ଶାଖାରେ ପଶୁ ପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା କରିଛି ଦୟା ସରବନି ଯୋଗ ଟ୍ରଷ୍ଟ। ବଢ଼ୁଥିବା ଗ୍ରୀଷ୍ମ ତାପକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ପକ୍ଷରୁ 108 ମାଟି ପାତ୍ରରେ ପାଣି ଭରି ଗଛ ଶାଖାରେ ବାନ୍ଧି ପକ୍ଷୀମାନଙ୍କ ପାଇଁ ପାଣି ପାନର ସୁବିଧା କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ପ୍ରକୃତି ବନ୍ଧୁ ଡ଼ଃ ହୃଷୀକେଶ ଦେହେରି ଉପସ୍ଥିତ ରହି କହିଥିଲେ ଯେ ବର୍ତ୍ତମାନ ସମୟରେ ପରିବେଶ ସୁରକ୍ଷା ଅତ୍ୟନ୍ତ ଜରୁରୀ। ମଣିଷ ସହିତ ପଶୁ ପକ୍ଷୀମାନେ ମଧ୍ୟ ପ୍ରକୃତିର ଅଂଶ, ତେଣୁ ଜଙ୍ଗଲ ଓ ପ୍ରକୃତିକୁ ସୁରକ୍ଷା କରିବା ସହ ପଶୁ ପକ୍ଷୀଙ୍କ ଯତ୍ନ ନେବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ କହିଥିଲେ । ଟ୍ରଷ୍ଟର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ତଥା ପର୍ୟବରଣ ଗତିବିଧି ବଲାଙ୍ଗୀର ବିଭାଗ ପ୍ରମୁଖ ଧର୍ମନିରଞ୍ଜନ ପଣ୍ଡା ଓ ଯୁବ ମହାସଂଘ ଉଲୁଣ୍ଡା ପୂର୍ବତନ ସଭାପତି ପ୍ରମୋଦ ପଧାନ ଉପସ୍ଥିତ ରହି ଏହି ପଦକ୍ଷେପକୁ ପ୍ରଶଂସା କରି କହିଥିଲେ ଯେ ଗ୍ରୀଷ୍ମ ଋତୁରେ ପାଣି ଅଭାବରେ ଅନେକ ପକ୍ଷୀ ଓ ପଶୁ ଅସୁବିଧା ଭୋଗୁଛନ୍ତି। ତେଣୁ ସମାଜର ସମସ୍ତେ ଆଗକୁ ଆସି ଏଭଳି ପାଣି ବ୍ୟବସ୍ଥା କଲେ ପରିବେଶ ଓ ପ୍ରାଣୀଜଗତ ସୁରକ୍ଷିତ ରହିପାରିବ। ଏହିପରି ସେବାମୂଳକ କାର୍ଯ୍ୟ ଦ୍ୱାରା ସମାଜରେ ପରିବେଶ ସଚେତନତା ବଢ଼ିବ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଏହି ସେବାମୂଳକ ଉଦ୍ୟମକୁ ବିଭିନ୍ନ ସେବା ସଂଗଠନ , ନାଗେଶ୍ଵର ଯୁବକ ସଂଘ ନାକଡେଇଁ , ଚନ୍ଦ୍ରମଣି ଦାସ ଯୁବକ ସଂଘ , ବାଘପାଲି , ସ୍ଥାନୀୟ ଲୋକମାନେ, ପରିବେଶ ପ୍ରେମୀ ଓ ବୁଦ୍ଧିଜୀବୀମାନେ ସ୍ୱାଗତ କରିଥିବା ସହିତ ଟ୍ରଷ୍ଟର ଏହି ପଦକ୍ଷେପକୁ ଅଭିନନ୍ଦନ ଜଣାଇ ସହଯୋଗ କରିଥିଲେ l ମନୋଜ ପାଢ଼ୀ, ରାମେଶ୍ବର ବାରିକ୍, ଅଦେଶ ଥାନାପତି , ଅସିତ୍ ଦେହେରୀ, ଗୋପୀନାଥ ଥନାପତି, ନିତ୍ୟାନନ୍ଦ ମନ୍ତ୍ର। , ହିମାଂଶୁ ଦେହେରୀ , ପ୍ରେମଂଶୁ ବାରିକ , ଶିଣ୍ଟ ପଧାନ, ସ୍ୱାଗତ ଦେହେରୀ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ଟ୍ରଷ୍ଟର ଉପସଭାପତି କାଳିଆ ମୁଦୁଲି ଧନ୍ୟବାଦ ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ