ରଥପୁର ଗ୍ରାମ ରାମେଶ୍ଵର ମହୋତ୍ସବ ର ଚବିଶ ପ୍ରହରୀ ନାମଯଜ୍ଞ ପୂର୍ଣ୍ଣାହୁତି
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଟିଠିପାଲି ରାମେଶ୍ବର ମହୋତ୍ସବ ଅବସରରେ ଅନୁଷ୍ଠିତ ଜଳନ୍ଧର ଦରବାର , ନବ।ହ ପାରାୟଣ , ଚବିଶ ପ୍ରହରୀ ନାମଯଜ୍ଞ ପୂର୍ଣ୍ଣାହୁତି, ନଗର କୀର୍ତ୍ତନ , ଭବ୍ୟ ନୂତନ ରାମେଶ୍ୱର ମନ୍ଦିର ପ୍ରତିଷ୍ଠା , ବିଗ୍ରହ ଜୀବନ୍ୟାସ , ମନ୍ଦିର ବିଗ୍ରହ ପ୍ରବେଶ, ହୋମଯଜ୍ଞ ସମୂର୍ଣ୍ଣ ହୋଇଯାଇଛି। ରାମେଶ୍ୱର ମନ୍ଦିର ପରିସରରେ ନୂତନ ନିର୍ମିତ ନାମଯଜ୍ଞ ମଣ୍ଡପ ରେ ଅନୁଷ୍ଠିତ ୨୪ ପ୍ରହରୀ ନାମଯଜ୍ଞ ଗତ ୧୪ ତାରିଖରୁ ଆରମ୍ଭ ହୋଇ ଚବିଶ ପ୍ରହରୀ ନାମଯଜ୍ଞ ରେ ବିଭିନ୍ନ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ। କର୍ତ୍ତା ଭାବେ ମୀନକେତନ ମହାକୁର ଓ ତାଙ୍କର ଧର୍ମ ପତ୍ନୀ ଶ୍ରୀୟା କର୍ମୀ ,ପୂଜକ ଭାବେ ଗୌତମ ପଣ୍ଡା , ଜପକ୍ ଭାବେ ଗଣେଶ ପଣ୍ଡା, ମଧୁସୂଦନ ରଥ, ଗଜାନନ ପଣ୍ଡା କାର୍ଯ୍ୟ ତୁଲାଇ ଥିଲେ । ଜଳନ୍ଧର ଦରବାର ଅନ୍ତିମ ରଜନୀ ରେ ସିନ୍ଧୁ ନରେଶ ଜରାସନ୍ଧ ଙ୍କ ଶାସନ ର ଅନ୍ତ ଓ ବିଶିଷ୍ଟ କଳାକାର ଭୁବନେଶ୍ୱର ପଧାନ ସମେତ ସମସ୍ତ କଳାକରଙ୍କୁ ସ୍ଥାନୀୟ ସରପଞ୍ଚ ଶ୍ରୀୟା କର୍ମୀ ଓ ରାମେଶ୍ୱର ମହୋତ୍ସବ କର୍ମକର୍ତ୍ତା ମାନପତ୍ର ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ।ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଜଳନ୍ଧର ଦରବାର କୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ। ରାଧେଶ୍ୟାମ ମଠ ପରିସରରେ ଚାଲୁଥିବା ନବ।ହ ପାରାୟଣ ରେ ବ୍ୟାସ ଭାବରେ ମନୋରଞ୍ଜନ ମିଶ୍ର ଭକ୍ତ ଙ୍କ ମନ ମୋହିଥିଲେ। ରାମେଶ୍ୱର ମହୋତ୍ସବ କର୍ମକର୍ତ୍ତା ସ୍ୱେଚ୍ଛାସେବୀ , ଟିଠି ପାଲି, ନାଏକ ପାଲି , ଦନ୍ତା ପାଲି , ରଥପୁର , ପଣ୍ଡା ପାଲି , ଖେତିସହି ତଥା ଅଞ୍ଚଳବାସୀ ଙ୍କ ସହଯୋଗରେ ଆୟୋଜିତ ହୋଇଥିଲା ।

