Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିତାଙ୍କ ମୃତ୍ୟୁ ପରେ ଏବେ ପୁଅ ମୋଜତବାଙ୍କୁ ହତ୍ୟା କରିବାକୁ ଇସ୍ରାଏଲର ଶପଥ

ନୂଆଦିଲ୍ଲୀ,୧୮|୩ : ଇରାନ ସହିତ ଆମେରିକା ଓ ଇସ୍ରାଏଲର ଯୁଦ୍ଧକୁ ତିନି ସପ୍ତାହ ବିତିଗଲାଣି | କିନ୍ତୁ ଯୁଦ୍ଧର ସମାଧାନର ରାସ୍ତା ବାହାରିଲା ନାହିଁ କି ଯୁଦ୍ଧ ବନ୍ଦ ଏବେ ହେବାର ଆଶା ବି ଦେଖାଯାଉନି | ଇରାନର ସର୍ବୋଚ୍ଚ ନେତା ଖେମିନିଙ୍କ ମୃତ୍ୟୁ ପରେ ଯୁଦ୍ଧ ଭୟଂକର ରୂପ ନେଇଛି । ଏହି ଯୁଦ୍ଧରେ ଖେମିନୀଙ୍କ ପୁଅ ମୋଜତବା ଖେମିନି ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଥିଲା। ଆଉ ଏବେ ତାଙ୍କର ହତ୍ୟା କରିବାକୁ ଇସ୍ରାଏଲ ନେଇଛି ଶପଥ। ଇସ୍ରାଏଲ ପକ୍ଷରୁ କୁହାଯାଇଛିଯେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତବା ଖେମିନି ଯେଉଁଠି ବି ଥାଆନ୍ତୁ ତାଙ୍କୁ ଖୋଜି ହତ୍ୟା କରାଯିବ । ଇସଲାମିକ ଗଣରାଜ୍ୟ ଇରାନର ଶକ୍ତିଶାଳୀ ଜାତୀୟ ସୁରକ୍ଷା ମୁଖ୍ୟ ଅଲି ଲାରିଜାନିଙ୍କୁ ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହତ୍ୟା କରିବା ପରେ ଇସ୍ରାଏଲ ଏହା କହିଛି। ଇସ୍ରାଏଲ ସେନାର ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଏଫି ଡେଫରିନ୍‌ ଗଣମାଧ୍ୟମକୁ କହିଛନ୍ତି ଯେ, ଆମେ ମୋଜତବା ଖେମିନିଙ୍କ ସମ୍ପର୍କରେ ଜାଣିନାହୁଁ କି କେବେ ଶୁଣିନାହୁଁ କି ଦେଖିନାହୁଁ। କିନ୍ତୁ ଆମେ ତାଙ୍କୁ ଖୋଜି ଖୋଜି ହତ୍ୟା କରିବୁ।

ଅନ୍ୟପଟେ, ଇରାନର ଶକ୍ତିଶାଳୀ ଇସଲାମିକ୍‌ ରିଭୋଲ୍ୟୁସନାରୀ ଗାର୍ଡସ୍ ବୁଧବାର ଏକ ବିବୃତିରେ କହିଛି ଯେ, ” ଏହା ସହିଦ ଅଲି ଲାରିଜାନି ଏବଂ ତାଙ୍କ ସାଥୀଙ୍କ ରକ୍ତର ପ୍ରତିଶୋଧ ପାଇଁ କେନ୍ଦ୍ରୀୟ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଇରାନର ସେନା ମୁକ୍ୟ ଆମିର୍‌ ହତାମି ମଧ୍ୟ ଲାରିଜାନିଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି କହିଛନ୍ତି। ଇସ୍ରାଏଲ ଉପରେ ଏହି ଆକ୍ରମଣ ଇରାନ ପାଇଁ ଯେତିକି ଭାୟଙ୍କର ସେତିକି ଅନୁତାପ କରିବା ପରି ମଧ୍ୟ ହେବ ।

ଅନ୍ୟପକ୍ଷରେ, ଜାତିସଂଘ ଇସ୍ରାଏଲର ଲେବାନନ୍ ଆକ୍ରମଣକୁ କଡ଼ା ସମାଲୋଚନା କରିଛି। ଜାତିସଂଘ କହିଛି ଯେ, ଲେବାନନ୍ ଉପରେ ଗାଜା ପରି ଧ୍ୱଂସ ଘଟାଇବା ପାଇଁ ଇସ୍ରାଏଲ ଅଧିକାରୀଙ୍କ ଧମକ ଗ୍ରହଣଯୋଗ୍ୟ ନୁହେଁ। ଜାଣିଶୁଣି ସାଧାରଣ ନାଗରିକ କିମ୍ବା ସାଧାରଣ ବସ୍ତୁ ଉପରେ ଆକ୍ରମଣ ଏକ ଯୁଦ୍ଧ ଅପରାଧ ବୋଲି ମନାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ