ଧର୍ମଶାଳା ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟ ସ୍ତରୀୟ ଯେ. ଆର. ସି ପରାମର୍ଶ ଦାତା ତାଲିମ ଶିବିର ଉଦଯାପିତ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ତାଲିମ ଶିବିର ଉଦଯାପିତ ହୋଇଯାଇଛି l ଧର୍ମଶାଳା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପର୍ଶୁରାମ ମେହେର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ସୁବର୍ଣ୍ଣପୁର ଜୁନିଅର ରେଡ଼କ୍ରସ ର ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମୀନାରାଣୀ ମଙ୍ଗଳ ମୁଖ୍ୟଅତିଥି ଭାବେ ଯୋଗଦାନ କରି “where knowledge fails behavior wins “ର ବାର୍ତ୍ତା ଦେବାସହ ଆଚରଣ ପରିବର୍ତନ ଓ ସକ୍ରିୟାତ୍ମକ ଚିନ୍ତାଧାରା ଦ୍ୱାରା ସବୁକିଛି ସମ୍ଭବ ହୋଇପାରେ ବୋଲି ମତବ୍ୟକ୍ତ କରିଥିଲେ l ସମ୍ମାନିତ ଅତିଥି ଭାବେ ଜେ. ଆର. ସି. ଓ. ରବିଚନ୍ଦ୍ର ପଶlୟତ ଜେ. ଆର. ସି. ର ମୂଳମନ୍ତ୍ର ରେ ଦୀକ୍ଷିତ ହୋଇ ସେବା ମନୋଭାବ ପ୍ରଦର୍ଶନ ପୂର୍ବକ ମାନବକଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ l ବରିଷ୍ଠ ସାଧନ କର୍ମୀ ଚନ୍ଦ୍ରମଣି ବାଘ, ୟୁଥ ରେଡ଼କ୍ରସ ର ଅଧ୍ୟାପକ ଉଦ୍ଧବ ପଧାନ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ l ଏହି ତିନି ଦିନିଆ ଶିବିର ରେ ଜିଲ୍ଲା ର 6 ଟି ବ୍ଲକ ରୁ 60 ଜଣ ପ୍ରଶିକ୍ଷାର୍ଥୀ ମାନଙ୍କୁ ରେଡ଼କ୍ରସ ର ଇତିହାସ, ସପ୍ତନିତୀ, ବିଭିନ୍ନ ସଂକେତ ଓ ସେ ସବୁର ଅର୍ଥ, ବିଦ୍ୟାଳୟ ସୁରକ୍ଷା, ସାଇବର ସୁରକ୍ଷା, ପ୍ରାଥମିକ ଚିକିତ୍ସା, ରକ୍ତଦାନ ର ମହତ୍ୱ, ବିପର୍ଯୟ ପରିଚାଳନା, ଫାୟାର ଫାଇଟିଙ୍ଗ, HIV /AIDS, ସଡ଼କ ସୁରକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗ , ପ୍ରାଣାୟାମ, ଆଦି ବିଷୟ ଉପରେ ପ୍ରଶିକ୍ଷଣ ଦେବା ସହ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରି ଦୁର୍ଘଟଣା ରୁ ଲୋକଙ୍କୁ କିପରି ବଞ୍ଚାଯାଇ ପାରିବ ତାର ଡେମୋ ସୋନପୁର ଅଗ୍ନିଶମ ବିଭାଗ ତରଫରୁ ଦିଆ ଯାଇଥିଲା l ସୂଚନା ଥାଉ କି ଏହି ଶିବିର ର ଉଦଘାଟନ ସମାରୋହ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଲୁଣ୍ଡା ଅଜୟ କୁମାର ଲୁହା, ସୁବର୍ଣ୍ଣପୁର ଜେ ଆର ସି ର ଉପ ସଭାପତି ଗତିକୃଷ୍ଣ ମିଶ୍ର, ପୂର୍ବତନ ଜେ ଆର ସି ଓ ସୁରେଶ ପଧାନ ଅତିଥି ଭାବେ ଯୋଗଦାନ କରି ପ୍ରଶିକ୍ଷାର୍ଥୀ ଙ୍କୁ ପ୍ରେରଣା ପ୍ରଦାନ କରିଥିଲେ l ସାଧନ କର୍ମୀ ଭାବେ ଅଧ୍ୟାପକ ଉମାକାନ୍ତ ନାଗ , ଆଶିଷ ଅଗ୍ରୱାଲ, ବରଗଡ଼ ରୁ ଆସିଥିବା ସାଧନ କର୍ମୀ ଧର୍ମରାଜ ପଧାନ, ଚନ୍ଦ୍ରମଣି ବାଘ , ହୃଷିକେଶ ଡାଙ୍ଗ, ଚନ୍ଦ୍ରଶେଖର ମହାପାତ୍ର , ଅନୁପ୍ରିୟା ମିଶ୍ର, ଚକାନୟନ ମେହେର , ଯୁବ ସାଧନ କର୍ମୀ ହୃଷିକେଶ ଚାନ୍ଦ, ମୁନୁ ସାହୁ, ଜଗଦୀଶ ଦାସ, ହୃଷିକେଶ ଦେହୁରୀ, ବି ସି ସି ବୈକୁଣ୍ଠ ନାୟକ, ନିମାଇଁ ମଲ୍ଲିକ, ପବିତ୍ର ବାରିକ, ବିଜୟ କୁମାର ପଣ୍ଡl , ବିଶ୍ୱନାଥ ପାଣିଗ୍ରାହୀ , ଶତ୍ରୁଘ୍ନ କର୍ମୀ ପ୍ରମୁଖ ଯୋଗଦାନ କରି ଶିବିର କୁ ପରିଚାଳନା କରିଥିଲେ l ତାଲିମପ୍ରାପ୍ତ ପ୍ରଶିକ୍ଷାର୍ଥୀ ମାନେ ନିଜ ନିଜ କର୍ମ କ୍ଷେତ୍ରରେ ଏହାକୁ ପ୍ରୟୋଗ କରିବା ସହ ମାନବୀୟ ମୂଲ୍ୟବୋଧ ର ପ୍ରଚାର ପ୍ରସାର ପାଇଁ ଦାୟିତ୍ୱ ନିର୍ବାହ କରିବାକୁ ମତ ପ୍ରକାଶ ପାଇଥିଲା l ପରିଶେଷ ରେ ପ୍ରଶିକ୍ଷାର୍ଥୀ ଓ ସାଧନ କର୍ମୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ ସହ ଆୟୋଜକ ଧର୍ମଶାଳା ଉଚ୍ଚ ବିଦ୍ୟାଳୟ କୁ ସ୍ମୃତି ଫଳକ ପ୍ରଦାନ କରା ଯାଇଥିଲା l

