Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଧୁରନ୍ଧର୨’: ରିଲିଜ୍‌ ର ପ୍ରଥମ ଦିନ ରେ କରିଲା ଧମାକା!

ବହୁ ପ୍ରତୀକ୍ଷିତ ଫିଲ୍ମ ଧୁରନ୍ଧର୨: ‘ ଧୁରନ୍ଧର୨’ ଦ ରିଭେଞ୍ଜ ଆଜି ରିଲିଜ୍‌ ହୋଇଛି । କିନ୍ତୁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । ଏହି ସ୍ପାଏ ଆକ୍ସନ ଥ୍ରିଲର୍‌ ଫିଲ୍ମଟିକୁ ନିର୍ଦ୍ଦେଶନା କରିଛନ୍ତି ଆଦିତ୍ୟ ଧର ଓ ଏଥିରେ ରଣବୀର ସିଂହ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ରିଲିଜ୍‌ ପୂର୍ବରୁ ଲିକ୍‌ ହୋଇଥିବା କିଛି ସିନ୍‌ ଓ ବିବାଦୀୟ ଡାଇଲଗ୍‌କୁ ନେଇ ସୋସିଆଲ ମିଡିଆରେ ଭୟଙ୍କର ଚର୍ଚ୍ଚା ହୋଇଥିଲା ଓ ରିଲିଜ୍‌ ପରେ ମଧ୍ୟ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଆସୁଛି । କିଛି ଦର୍ଶକ ଫିଲ୍ମର ଆକ୍ସନ୍‌ ଓ ଦେଶଭକ୍ତି ଭାବକୁ ପସନ୍ଦ କରୁଥିବାବେଳେ, ଅନ୍ୟମାନେ କିଛି ସିନ୍‌ ଉପରେ ଆପତ୍ତି ଜଣାଇଛନ୍ତି ।

ଏହା ସହିତ ପ୍ରିମିୟର ରିଲିଜ୍‌ ଦିନରେ ମଧ୍ୟ କିଛି ସମସ୍ୟା ଦେଖାଦେଇଥିଲା, କିଛି ସହରରେ ପ୍ରିମିୟର ଶୋ ବାତିଲ୍‌ ଓ ଡେରି ହେବାରୁ ଦର୍ଶକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ନନ୍-ହିନ୍ଦୀ ଭର୍ସନରେ ଡବିଂ ସମସ୍ୟା ହେବାରୁ କିଛି ଶୋ କୁ ରଦ୍ଦ କରାଯାଇଥିଲା ବୋଲି ସୂଚନା ମିଳିଛି । ତଥାପି ଏତେ ବିବାଦ ଓ ସମସ୍ୟା ସତ୍ତ୍ୱେ ଫିଲ୍ମଟି ବକ୍ସଅଫିସରେ ଭଲ ଆରମ୍ଭ କରିଥିବା ବେଳେ ଦର୍ଶକମାନଙ୍କ ମଧ୍ୟରେ ଏହି ଫିଲ୍ମ ଟିକୁ ନେଇ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି |ଏହି ଫିଲ୍ମଟି ବଡ଼ ବଜେଟ୍‌ରେ ତିଆରି ହୋଇଥିବା ସହିତ ଆଗାମୀ ଦିନରେ ତୃତୀୟ ପାର୍ଟ ଆସିପାରେ ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ