Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ସିବିଆଇ ପକ୍ଷରୁ ୮ ଘଣ୍ଟା ଜେରା!

ନୂଆଦିଲ୍ଲୀ,୨୦|୩: ବ୍ୟାଙ୍କ ଜାଲିଆତି ମାମଲାରେ ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ସିବିଆଇ ଜେରା କରିଛି | ଅନିଲ ଅମ୍ବାନୀଙ୍କୁ ଦୀର୍ଘ ୮ ଘଣ୍ଟା ଧରି ଜେରା କରିଛି ସିବିଆଇ। ଏହି ଅବସରରେ ସିବିଆଇ ଅଧିକାରୀମାନେ ଅନିଲଙ୍କ ବୟାନ ମଧ୍ୟ ରେକର୍ଡ କରିଛନ୍ତି। ଆସନ୍ତାକାଲି (ଶୁକ୍ରବାର) ପୁଣି ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଅନିଲଙ୍କୁ ନିର୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ,ରିଲାଏନ୍ସ ଗ୍ରୁପ୍‌ର ବିଭିନ୍ନ ସହଯୋଗୀ କମ୍ପାନୀ ଏକାଧିକ ଜାତୀୟକରଣ ବ୍ୟାଙ୍କରୁ ମୋଟ ୧୯,୬୯୪ କୋଟି ଟଙ୍କା ଋଣ ନେଇଥିଲେ ଏବଂ ଏହାକୁ ଅନ୍ୟତ୍ର ବିନିଯୋଗ କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଋଣ ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ୨୯୨୯ କୋଟି ଟଙ୍କାର ଋଣ ସାମିଲ ଅଛି। ଏନେଇ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଅନିଲଙ୍କ ନାମରେ ମାମଲା ରୁଜୁ କରାଯାଇଥିବାବେଳେ ତାଙ୍କର ମୁମ୍ବାଇସ୍ଥିତ ବାସଭବନ ଓ ଅନ୍ୟ ସହରରେ ଥିବା କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇଛି | ଏ ପର୍ଯ୍ୟନ୍ତ ଇଡି ପକ୍ଷରୁ ଅନିଲଙ୍କ ୧୧୦୦ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ