Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ନବମ ଲୋକ ମହୋତ୍ସବ ମଲେଶ୍ରୀ ଉଦଘାଟିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନବମ ଲୋକ ମହୋତ୍ସବ ମାଲେଶ୍ରୀ ଆଜି ଉଦଘାଟିତ ହୋଇଯାଇଛି l ଶୁକ୍ରବାର ବୀରମହାରାଜପୁର ଉପଜିଲ୍ଲାପାଳ ଲୋକ ମହୋତ୍ସବ କମିଟି ଅଧ୍ୟକ୍ଷ ସୁରେନ୍ଦ୍ର ମେହେର ଙ୍କ ସଭାପତିତ୍ବ ରେ ଆୟୋଜିତ ଲୋକ ମହୋତ୍ସବ କୁ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼କ୍ଟର ନୂପରାଜ ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜୋଲିନା ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ଉକ୍ତ ମହୋତ୍ସବ ରେ ବିଶିଷ୍ଟ କଣ୍ଠ ଶିଳ୍ପୀ ଶତ୍ରୁଘନ ଲୁହା ମାଲେଶ୍ରୀ ବନ୍ଦନା ଗାନ କରିଥିଲେ l ଓଡିଶୀ ନୃତ୍ୟ କସ୍ତୁରବାଗାନ୍ଧୀ ବିଦ୍ୟାଳୟ ସିଂଢୋଲ , ରାଇଝାହିଁ ଝାରସୁଗୁଡl , ପାୟଲ କଲାପରିଷଦ ଟିଟିଲାଗଡ଼ , କରମସାନୀ ରୁମକୁଝୁମା କଲାପରିଷଦ ଉଲୁଣ୍ଡା, ଶବର ଶବରୀ ନୃତ୍ୟ ଗୁପ୍ତେଶ୍ୱର ଦଣ୍ଡପାଟି ମେଣ୍ଡାମାଲ ପ୍ରମୁଖ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଉକ୍ତ ସଭା କୁ ଡ଼କ୍ଟର ଦ୍ଵିତୀକୃଷ୍ଣ ପଣ୍ଡା ପରିଚାଳନା କରିଥିବାବେଳେ, ବୀରମହାରାଜପୁର ତହସିଲଦାର ଶୁଚିସ୍ମିତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଲୋକ ମହୋତ୍ସବ ର ସ୍ମରଣିକା ମାଲେଶ୍ରୀ ଉନ୍ମୋଚନ ହୋଇଥିଲା l ସ୍ମରଣିକା କମିଟି ର ସମ୍ପାଦନା ମଣ୍ଡଳୀ ସମ୍ପାଦକ ଦ୍ବିତିକୃଷ୍ଣ ପଣ୍ଡା ସଦସ୍ୟ ପ୍ରଫୁଲ୍ଲ କୁମାର ରଥ, ଭୂଷଣ କୁମାର ପାତ୍ର, ଅନିରୁଦ୍ଧ କୁରକୁରିଆ କିଶୋର କୁମାର ହୋତା, ଯୁଗଳ କିଶୋର ମିଶ୍ର,, ଲକ୍ଷ୍ମୀନାରାୟଣ ସାହୁ,, ପଙ୍କଜ ଖମାରି, ଗିରିଧାରୀ ହୋତା, ଅକ୍ଷୟ ରାଏ, ଶୁଭ୍ରାଂଶୁ ପାଢ଼ୀ,, ସଦାଶିବ ଚାନ୍ଦ, ଯୋଗୀନ୍ଦ୍ର ପଣ୍ଡା,, ହୃଷିକେଶ ଚାନ୍ଦ ପ୍ରମୁଖ ସାମିଲ ହୋଇଥିଲେ l ମାଲେଶ୍ରୀ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାକୁ ଜନସାଧାରଣ ଦେଖିବା ସହ ସଂସ୍କୃତିକ କାର୍ଯ୍ୟକ୍ରମ ର ଭରପୁର ଉପଭୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ