ସୁବଳୟା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘରେ ପଖାଳ ଦିବସ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଗ୍ରାମପଞ୍ଚାୟତ ସ୍ତରୀୟ ସଂଘରେ ଶୁକ୍ରବାର ପଖାଳ ଦିବସ ପାଳିତ ହୋଇଯାଇଛି I ଏହି ପଖାଳ ଦିବସରେ ମୁଖ୍ୟଅତିଥି ଭାବରେ ଇନଚାର୍ଜ ବି. ପି. ଏମ. ରମାକାନ୍ତ ହରିପାଳ ଯୋଗଦେଇଥିବାବେଳେ , ଟ୍ରେନର ଜୟନ୍ତ କୁମାର ସାହୁ , ସାମ୍ବାଦିକ ଶେଷଦେବ ବାରିକ , ସଭାନେତ୍ରୀ ମୀରା ବାରିକ ସମ୍ପାଦିକା ମାଧୁରୀ ମେହେର ପ୍ରମୁଖ ଯୋଗଦେଇ ଥିଲେ l ଏମ. ବି. କେ. ବବିତା ରାଣୀ ମହାପାତ୍ର ଙ୍କ ତତ୍ୱାବଧାନ କ୍ରମେ ପଖାଳ ଦିବସରେ ପ୍ରାୟ ୨୧ ପ୍ରକାର ସୁସ୍ୱାଦୁ ଖାଦ୍ୟ ଦହି ପଖାଳ ସହିତ ପ୍ରସ୍ତୁତି ହୋଇଥିଲା I ଏହି ପଖାଳ ଦିବସ ରେ ସମସ୍ତ ସି. ଆର. ପି. ସହଯୋଗ କରିଥିଲେ l ଏହି ପଖାଳ ଦିବସରେ ସୁବଳୟା ଗ୍ରାମପଞ୍ଚାୟତ ସ୍ତରୀୟ ସଂଘରେ ଏହିପରି ପ୍ରୟାସ ପାଇଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ଜଣାଯାଇଛି l

