Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାମନ୍ତ୍ରୀ ରଖିଲେ ଇନ୍ଫ୍ଲୁଏନ୍ସରଙ୍କ ଅନୁରୋଧ! ନିଜର ସୋସିଆଲ ମିଡିଆରେ ପୋଷ୍ଟ କରି ଏଭଳି କିଛି କହିଲେ….

ନୂଆଦିଲ୍ଲୀ,୨୧|୩: ଦିଲ୍ଲୀର କଣ୍ଟେଣ୍ଟ କ୍ରିଏଟର ଯୁବରାଜ ନିଜ ବାପାଙ୍କ ଅଧିକ ମିଠା ଖାଇବା ଅଭ୍ୟାସ କମେଇବା ପାଇଁ ଏକ ମଜାଳିଆ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଥିଲେ । ସେ ଭାବି ନ ଥିଲେ ଯେ, ଏହି ଛୋଟ ଅନୁରୋଧ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପହଞ୍ଚିବ । କିନ୍ତୁ ସେହି ଭିଡିଓକୁ ମୋଦୀ ନିଜେ ଶେୟର କରି, କେବଳ ଯୁବରାଜଙ୍କ ବାପାଙ୍କୁ ନୁହେଁ, ଜନସାଧାରଣଙ୍କୁ ସୁଗାର କମ ମାତ୍ରାରେ ଗ୍ରହଣ କରିବା କିମ୍ବା ମାତ୍ରା କମେଇବାକୁ ଅନୁରୋଧ କରିଛନ୍ତି । ତା’ ସହିତ ସ୍ୱାସ୍ଥ୍ୟ, ଫିଟନେସ୍ ଓ ଯୋଗର ଗୁରୁତ୍ୱ ଉପରେ ମଧ୍ୟ ଜୋର ଦେଇ ଇନଷ୍ଟାଗ୍ରାମରେ ଷ୍ଟୋରୀ ମଧ୍ୟ ସେୟାର କରିଛନ୍ତି ।

ଏହି ଘଟଣା କେବଳ ଏକ ଭାଇରାଲ ସୋସିଆଲ ମିଡିଆ ମୁହୂର୍ତ୍ତ ନୁହେଁ, ବରଂ ଏଥିରୁ ଜଣା ପଡୁଛି ଯେ, ଦେଶର ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟକୁ କେତେ ପ୍ରାଧାନ୍ୟ ଦେଉଛନ୍ତି | ଏକ ପୁଅର ବାପା ପାଇଁ ଥିବା ଚିନ୍ତା, ଏକ ହାସ୍ୟମୟ ଭିଡିଓ ଓ ଏକ ଚିନ୍ତା ସବୁମିଶି ଏହାକୁ ଏକ ସୁନ୍ଦର ଓ କାହାଣୀରେ ପରିଣତ କରିଦେଲା । ଏହାର ଆଉ ଗୋଟେ ମେସେଜ୍ ହେଉଛି, ସୋସିଆଲ ମିଡିଆ କେବଳ ମନୋରଞ୍ଜନର ମଞ୍ଚ ନୁହେଁ; ଏହା ଲୋକଙ୍କ ଜୀବନର ଛୋଟ ସମସ୍ୟାକୁ ବଡ଼ ସଚେତନତାର ଅଂଶ କରିପାରେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ