Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ନବମ ଲୋକ ମହୋତ୍ସବ ର ତୃତୀୟ ସନ୍ଧ୍ୟାରେ ଝୁମିଲେ ଦର୍ଶକ, ବର୍ଷିଆନ୍ କଳାକାର ଖତୁ ହୋତା ମାଲେଶ୍ରୀ ସମ୍ମାନ ରେ ସମ୍ମାନିତ

ବୀରମହାରାଜ ପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ନବମ ଲୋକ ମହୋତ୍ସବର ରବିବାର ତୃତୀୟ ସଂଧ୍ୟାରେ ପହଞ୍ଚିଛି l ଏ ଅବସରରେ ବର୍ଷିଆନ୍ କଳାକାର ଚମ୍ପାମାଳ ଗ୍ରାମ ଖତୁ ହୋତାଙ୍କୁ ମାଲେଶ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ଶ୍ରୀ ହୋତା ଦୀର୍ଘ 55 ବର୍ଷଧରି ଚମ୍ପାମାଳ ଗ୍ରାମ ରାମ ଲୀଳା ନାଟକରେ ରାବଣ ଭୂମିକାରେ ଅଭିନୟ କରି ସମସ୍ତଙ୍କର ପ୍ରିୟ ହୋଇଥିଲେ l ବୀରମହାରାଜପୁର ଉପଜିଲ୍ଲାପାଳ ତଥା ଲୋକ ମହୋତ୍ସବ କମିଟିର ଅଧ୍ୟକ୍ଷ ସୁରେନ୍ଦ୍ର ମେହେରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା , ସମ୍ମାନିତ ଅତିଥି ଭାବରେ ବିଧାୟକ , କଣ୍ଟାମାଳ କହ୍ନେଇ ଚରଣ ଡାଙ୍ଗ, ବିଧାୟକ ଛେଣ୍ଡିପଦା ଅଗସ୍ତି ବେହେରା , ଜିଲ୍ଲା ପରିଷଦ ସଦସ୍ୟ ବୈ।ଦ୍ଧ, ରାଜେଶ କୁମାର ତ୍ରିପାଠୀ , ଜିଲ୍ଲା ବି ଜେ ପି ସଭାପତି ବେଣୁଧର ଦାସ , ଏମ୍ ପି ନୋମିନି ନଳିନୀ ପଣ୍ଡା , ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ପ୍ରମୁଖ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥିଙ୍କୁ ସଭାପତି ସମ୍ବର୍ଦ୍ଧିତ କରିଥିବାବେଳେ ଅନ୍ୟ ଅତିଥି ମାନଙ୍କୁ ଯଥାକ୍ରମେ ସାରଙ୍ଗଧର ପାଣିଗ୍ରାହୀ , ପ୍ରିତମ ମହାନ୍ତି, ତହସିଲଦାର, ବୀରମହାରାଜପୁର ସୁଶ୍ରୀ ଶୁଚୀସ୍ମିତା ପାଣିଗ୍ରାହୀ , ଉଲୁଣ୍ଡା ଅତିରିକ୍ତ ତହସିଲଦାର ନିରଞ୍ଜନ ଧଳ, ଅଜିତ କୁମାର ମିର୍ଦ୍ଧା , ପ୍ରମୁଖ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପୃଥ୍ୱୀରାଜ, ଗିରିଧାରୀ ଓ ସାଥୀ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଯୁଗଳ କିଶୋର ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଧର୍ମ ନିରଞ୍ଜନ ପଣ୍ଡା ସ୍ୱାଗତ ଓ ଅକ୍ଷୟ କୁମାର ରାଏ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଭାତ କୁମାର ଦାସଙ୍କ ମାଲେଶ୍ରୀ ବନ୍ଦନାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଜି ସାଂସ୍କୃତିକ କାର୍ଯ୍ୟକ୍ରମରେ ମାଲଖାମ ଦ ପଲ୍ଲବି ଗ୍ରୁପ୍ , ମୟୂରଭଞ୍ଜର ଛଉ ନୃତ୍ୟ , ସୁରଭି ଫେନ୍ସ ଗ୍ରୁପ୍, ମୟୂରଭଞ୍ଜ ,ଭେମ୍‌ସା, କୋରାପୁଟ, ସଙ୍ଗୀତ ସାଧନା ଶଙ୍କର ବେହେରା ,ଘୁଡକା ବଲାଙ୍ଗୀର , ରୁମକୁ ଝୁମା, ସୋନପୁର , ଘୁମୁରା ଶ୍ରୀହରି କଳା ନିକେତନ ପ୍ରମୁଖ ଦଳ ଭାଗ ନେଇଥିଲେ। ପ୍ରଥମ ପର୍ଯ୍ୟାୟରେ , ନାରାୟଣ ନାଏକ , ଲଳିତ ଜାମୁଡାଲି, ପଦ୍ମିନୀ ଓ ହେପି, ଅର୍ଜୁନ ଶାଜନ,କରୁଣାକର ଘଣ୍ଟୁଆଳ, ଅନ୍ଵେଷା ପ୍ରମୁଖ ସଂଗୀତ ପରିବେଷଣ କରିଥିବାବେଳେ ଅବିନାଶ ହୋତା, ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ରବିବାର ଅନୁଷ୍ଠିତ ଫୁଟବଲ ପ୍ରତିଯୋଗିତାରେ ସିଦ୍ଧାର୍ଥ କୁମାର ପାତ୍ର , ଅଜିତ କୁମାର ନାୟକ , ରଞ୍ଜନ ଭୋଇ , ଦୁର୍ଗା ମାଝୀ ପ୍ରମୁଖ ଖେଳ ପରିଚାଳନା କରିଥିଲେ ଓ ଶାନ୍ତନୁ ବିଶ୍ବାଳ ସହଯୋଗ କରିଥିଲେ । ବିଶିପଡ଼ା , ଫୁଲଚରା ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ବିଶିପଡ଼ା ଦଳ ବିଜୟୀ ହୋଇଥିଲେ। ହଜାର ହଜାର ଦର୍ଶକ ସମସ୍ତ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ