Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀ ପାତାଳୀ କ୍ଷେତ୍ର କୁ ଅନ୍ତ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ଅଧ୍ୟକ୍ଷ ଙ୍କ ପରିଦର୍ଶନ

ଉଲୁଣ୍ଡା : ମଙ୍ଗଳବାର ପୂର୍ବାହ୍ନ ୯. ୦୦ ଘ.ରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ଅଧ୍ୟକ୍ଷ ମାନ୍ଯ ପ୍ରବୀଣ ଭାଇ ତୋଗାଡିଆ ପାତାଳି ଶ୍ରୀକ୍ଷେତ୍ର କୋଟସମଲାଇ ପରିଦର୍ଶନ କରିଥିଲେ । ଆଜି ତାଙ୍କୁ କୋଟସମଲାଇ ଗ୍ରାମର ପ୍ରବେଶ ପଥରେ ଶ୍ରୀ ପାତାଳି କ୍ଷେତ୍ର ଟ୍ରଷ୍ଟ ଏବଂ ଅଂଚଳର ଜନସାଧାରଣଙ୍କ ଦ୍ବାରା ପଦ ପ୍ରକ୍ଷାଳନ, ତିଳକ,ଚନ୍ଦନ, ପୁଷ୍ପ ମାଲ୍ଯ ପ୍ରଦାନପୂର୍ବକ ସ୍ବାଗତ କରାଯାଇ ପାରମ୍ପାରିକ ବାଦ୍ଯ ଢୋଲ, ନିଶାନ୍, ତାସା ଓ ସଂକୀର୍ତ୍ତନ ଶୋଭାଯାତ୍ରାରେ ପାତାଳି ଶ୍ରୀକ୍ଷେତ୍ରକୁ ଅଣାଯାଇଥିଲା। ଛଳିଆ ପାହାଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ସେବାୟତ ସଂଘ ସଭାପତି ଶ୍ରୀ ଗୋପାଳ ପଣ୍ଡା ଙ୍କ ସମେତ ଶତାଧିକ ସେବାୟତ ବେଦ ପାଠ କରି ସ୍ବାଗତ କରିଥିଲେ। ସେଠାରେ ଡ. ତୋଗାଡ଼ିଆ ଠାକୁରଙ୍କ ଦର୍ଶନ କରି ପୂଜା ଆରାଧନା କରିଥିଲେ ଏବଂ କ୍ଷେତ୍ରର ଶୋଭାରାଜି ଦେଖି ଆତ୍ମବିଭୋର ହୋଇ କ୍ଷେତ୍ରର ଐତିହାସିକ ମହାତ୍ମ୍ୟ ବର୍ଣ୍ଣନା କରିଥିଲେ । ସେଠାରୁ ଗେଷ୍ଟ ହାଉସ ଯାଇ ଟ୍ରଷ୍ଟ ସଦସ୍ଯଙ୍କ ସହିତ ଆଲୋଚନା କରିଥିଲେ । ଶେଷରେ ବୌଦ୍ଧିକ ମଣ୍ଡପଠାରେ ସମବେତ କାର୍ଯ୍ଯକର୍ତ୍ତାଙ୍କୁ “ସୁସ୍ଥ, ସମୃଦ୍ଧ, ସଂସ୍କୃତି ସଂପନ୍ନ ପରିବାର ଓ ହିନ୍ଦୁତ୍ବ” ଆଧାରିତ ବାର୍ତ୍ତା ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ସଂଯୋଜନା ଟ୍ରଷ୍ଟ ସଦସ୍ଯ ପୂର୍ଣ୍ଣଚନ୍ଦ୍ର ପାଢୀ କରିଥିବା ବେଳେ,ଗଡ଼ତ୍ଯା ଚମରା ଅମାତ , ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ର , ଜାନକୀରାମ ଦେହୁରୀ , ଜଗଦୀଶ କର୍ଣ୍ଣ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ