Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗାଁ ଦାଣ୍ଡରେ ପିଟିପିଟି ଯୁବକଙ୍କୁ ହତ୍ୟା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗ୍ରାମରେ ପୁର୍ବ ଶତ୍ରୁତା କୁ ନେଇ ଯୁବକ ଙ୍କୁ ଗାଁ ଦାଣ୍ଡରେ ପିଟି ପିଟି ଅମାନୁଷିକ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ପିତାମହୁଲ ଗ୍ରାମର ସୁମନ୍ତ ରଣା (39) ବୋଲି ଜଣାଯାଇଛିl l ସୂଚନା ଅନୁଶାରେ ଗାଁ ର ମୃତ ସୁମନ୍ତ ସହିତ ପ୍ରାଣବନ୍ଧୁ ସାହୁ (39)ଓ ପିଙ୍କୁ ଜେନା (35) କୌଣସି କାରଣ କୁ ନେଇ ଶତ୍ରୁତା ଥିଲା l ପୁର୍ବ ଶତ୍ରୁତା କୁ କେନ୍ଦ୍ର କରି ବୁଧବାର ସନ୍ଧ୍ୟା ପ୍ରାୟ ୭. ୩୦ ରେ ସୁମନ୍ତ ଗାଁ କିଛି ଯୁବକ ଙ୍କ ସହିତ ଗାଁ ଦଣ୍ଡ ରେ ବସି କଥାବାର୍ତ୍ତା ହେଉଥିଲେ l ଏହି ସମୟ ରେ ସୁମନ୍ତ ଙ୍କୁ ପଛ ପଟୁ ଅତର୍କିତ ଭାବେ ଆକ୍ରମଣ କରି ପିଟି ପିଟି ମୁମୁର୍ଷ ଅବସ୍ଥାରେ ଛାଡି ଘଟଣା ସ୍ଥଲ ରୁ ଫେରାର ମାରିଥିଲେ ଅଭିଯୁକ୍ତ l ହେଲେ ଘଟଣା ସ୍ଥଳ ରେ ସୁମନ୍ତ ର ମୃତ୍ୟୁ ହୋଇଥିଲା । ଖବର ପାଇ ସୁବଳୟା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ପୋଷ୍ଟ ମୋର୍ଟମ ପାଇଁ ବୀରମଜାରାଜପୁର ଡାକ୍ତରଖାନା କୁ ପଠେଇ ଥିଲl l ଏହି ଘଟଣାକୁ ନେଇ ମୃତକ ର ବଡ଼ ଭାଇ ଙ୍କ ଅଭିଯୋଗ କୁ ଆଧାର କରି ସୁବଳୟା ପୋଲିସ କେଶ ନ 54 ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ହତ୍ୟାକାରୀ କାଣ୍ଡ ରେ ସଂକୃପ୍ତ ଦୁଇ ଅଭିଯୁକ୍ତ ବର୍ତ୍ତମାନ ଫେରାର ଥିବା ନେଇ ତଦନ୍ତ କରି ଅଧିକାରୀ, ଆଇ ଆଇ ସି ଶୁଶାନ୍ତ ପଧାନ ସୂଚନା ଦେବା ସହ ବହୁତ ଶୀଘ୍ର ଉଭୟ ଆସାମୀ ଙ୍କୁ ଧରିବା ସହ ଯଦି ଆନ୍ୟ କିଏ ସାମିଲ ରହିଛି ସେ ଦିଗରେ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories