ବୀରମହାରାଜପୁର ସ୍ଥିତ ଚମ୍ପା ମାଳ ରେ ପବିତ୍ର ଶ୍ରୀ ରାମ ନବମୀ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଚମ୍ପାମାଲ ଠାରେ ପବିତ୍ର ଶ୍ରୀରାମ ନବମୀ ପାଳିତ ହୋଇଯାଇଛି l ପ୍ରଥମେ ମନ୍ଦିର ରୁ ନାଟ ମଣ୍ଡପ କୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର, ସୀତା ମାତା, ଲକ୍ଷ୍ମଣ ଲାଲ, ଭରତ ଲାଲ, ଶତ୍ରୁଘନ ଏବଂ ବୀର ହନୁମାନଙ୍କୁ ଅଣାଯାଇଥିଲା l ପ୍ରସିଦ୍ଧ ଶିବ ମନ୍ଦିର ଚମ୍ପେଶ୍ୱର ଙ୍କ ବରଣ ପରେ ପୂଜାର୍ଚନା କରାଯାଇଥିଲା l ଭକ୍ତ ମାନଙ୍କ ଉପସ୍ଥିତରେ ମାନସିକଧାରୀ ମାନେ ଉପବାସ ରହି ରାମ ନବମୀ ପାଳନ କରିଥିଲେ l ଶ୍ରୀରାମ ଙ୍କ ଜନ୍ମ ସହିତ ବ୍ରତୋପନୟନ କରାଯାଇଥିଲା l ଉକ୍ତ ଗ୍ରାମରେ ୧୮ ଦିନ ଧରି ରାମଲୀଳା ନାଟକ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସଦସ୍ୟ ମାନେ ପ୍ରକାଶ କରିଥିଲେ l ଆଜି ପ୍ରଦ୍ୟୁମ୍ନ ପୁରୋହିତ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ରାମ ମନ୍ଦିର ପୂଜକ ପ୍ରକାଶ ପଣ୍ଡା, ବରିଷ୍ଠ ସଦସ୍ୟ ରାମକୃଷ୍ଣ ହୋତା, ଚମ୍ପେଶ୍ୱର ରଘୁନାଥ ନାଟ୍ୟ ସଂସଦ ର ସମ୍ପାଦକ କିଶୋର ହୋତା, ପ୍ରମୋଦ ପୁରୋହିତ, ବିଦ୍ୟାଧର ଥନାପତି, ଅକ୍ଷୟ ହୋତା,ସତ୍ୟମ ପ୍ରିତମ ହୋତା , ରବିଚନ୍ଦ୍ର ବିଶି ପ୍ରମୁଖ ଚମ୍ପେଶ୍ୱର ବାବାଙ୍କ ବରଣ କାର୍ଯ୍ୟ ସମାପନ କରିଥିଲେ l ବହୁ ସଂଖ୍ୟାରେ ଭକ୍ତ ସାମିଲ ହୋଇଥିଲେ l

