ବୀରମହାରାଜପୁର ଓକିଲ ସଂଘର ସଭାପତି ଭାବେ ଛବିଳ କର୍ଣ୍ଣ ଓ ସମ୍ପାଦକ ଭାବେ ଉମା ଶଙ୍କର ପଣ୍ଡା (ଖ ) ଘୋଷିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଓକିଲ ସଙ୍ଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଥିଲା l ଏହି ନିର୍ବାଚନ ରେ କେବଳ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ସମ୍ପାଦକ, ସହ-ସମ୍ପାଦକ, କୋଷଧକ୍ଷ ପଦ ଗୁଡିକ ରେ କେହି ପ୍ରତିଦ୍ବନ୍ଦୀ ନ ଥିବାରୁ ଉକ୍ତ ପଦ ପାଇଁ ନିର୍ବାଚନ ନ ହୋଇ ନିର୍ଦ୍ୱନ୍ଦ୍ୱ ରେ ସମସ୍ତ ଙ୍କୁ ନିର୍ବାଚିତ ଘୋଷଣା କରାଯାଇଥିଲା l ଚଳିତ ବର୍ଷ ସଭାପତି ପଦ ପାଇଁ 4 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ l ସଭାପତି ପଦ ପାଇଁ ବରିଷ୍ଟ ଆଇନଜୀବି ଛବିଲ କର୍ଣ୍ଣ , ହିମାଂଶୁ ଭୋଇ ,ରାଧାକାନ୍ତ ବାଘ, ଆଶ୍ରୟ ମହାନନ୍ଦ ପ୍ରମୁଖ ପ୍ରତିଦ୍ବନ୍ଦିତା କରିଥିବା ବେଳେ ମୋଟ 81 ଜଣ ଙ୍କ ମଧ୍ୟରୁ 74 ଜଣ ମତଦାନ କରିଥିଲେ ଓ ଗୋଟିଏ ନାକଚ ହୋଇଥିଲା l ଏହି ପ୍ରତିଦ୍ବନ୍ଦିତା ରେ ମୋଟ 74 ରୁ ଛବିଲ କର୍ଣ୍ଣ ଙ୍କୁ 41 ଖଣ୍ଡ ଭୋଟ ମିଳିଥିବା ବେଳେ ରାଧାକାନ୍ତ ବାଘ ଙ୍କୁ 17, ସରକାରି ଓକିଲ ଥିବା ହିମାଂଶୁ ଭୋଇ ଙ୍କୁ 12 ଖଣ୍ଡ ଏବଂ ଯୁବ ଆଇନଜୀବୀ ଆଶ୍ରୟ ମହାନନ୍ଦ ଙ୍କୁ 3 ଖଣ୍ଡ ଭୋଟ ମିଳିଥିଲା l ଛବିଲ କର୍ଣ୍ଣ ସର୍ବାଧିକ 41 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ଙ୍କ ଠାରୁ 24 ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ l ସେହିପରି ବୀରମହାରାଜପୁର ଓକିଲ ସଙ୍ଘର ସମ୍ପାଦକ ପାଇଁ ଉମାଶଙ୍କର ପଣ୍ଡା(ଖ) , ସହ-ସମ୍ପାଦକ ଭାବେ ବିଭୁତି ଭୂଷଣ ହୋତା ଏବଂ ଉପ-ସଭାପତି ସତ୍ୟନାରାୟଣ ପୁରୋହିତ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ପ୍ରଦୀପ ରଥ ଘୋଷଣା କରିଥିଲେ l

