ବୀରମହାରାଜପୁର ଏମ୍ସ ପବ୍ଲିକ୍ ସ୍କୁଲର ବାର୍ଷିକୋତ୍ସବ ଅନୁଷ୍ଠିତ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଏମ୍ସ ପବ୍ଲିକ ସ୍କୁଲ ର 13 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ନିର୍ଦେଶକ ଡ. ମନୋଜ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ବୀରମହାରାଜପୁର ବ୍ଲକ ଅଧକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ରେ ଶୈକ୍ଷିକ ବାତାବରଣ ଓ ନିର୍ମଳ ଭାବ ମୂର୍ତ୍ତି ପାଇଁ ଅନୁଷ୍ଠାନ ର ଅଗ୍ରଗତି ହେବା ସହ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ l ସମ୍ମାନିତ ଅତିଥି ଭାବେ ବରିଷ୍ଟ ପରିବେଶବିତ ଋଷିନାଥ ମହାକୁର ଯୋଗ ଦେଇ ଅନୁଷ୍ଠାନ ର କୁନି କୁନି ଛାତ୍ର ଛାତ୍ରୀ ଓ ଅବିଭାବକ ମାନଙ୍କୁ ସମସ୍ତେ ସଚେତନ ହୋଇ ଗୋଟିଏ ଗୋଟିଏ ଗଛ ଲଗେଇବା ଓ ଗଛଟି ବଡ଼ ହେବା ପର୍ଯ୍ୟନ୍ତ ସେବାଯତ୍ନ କରିବାକୁ ପରାମର୍ଶ ଦେବା ସହ ମୋବାଇଲ ରୁ କିପରି ଦୁରେଇ ରହିବେ ସେ ନେଇ ପରାମର୍ଶ ଦେଇଥିଲେ l ମୁଖ୍ୟଵକ୍ତା ଭାବେ ବ୍ଲକ ଉପାଧକ୍ଷ ନାରାୟଣ ଲୁହା ଯୋଗ ଦେଇ ଅନୁଷ୍ଠାନ ଉଜ୍ବଳ ଭବିଷ୍ୟତ ପାଇଁ ସେ ପୂର୍ବରୁ ଚେଷ୍ଟିତ ଥିଲେ ଆଗକୁ ମଧ୍ୟ ରହିବେ ବୋଲି ବକ୍ତବ୍ୟ ରଖିଥିଲେ l ଅନୁଷ୍ଠାନ ରେ ଏକ ଶୌଚାଳୟ, ଛାତ୍ର ଛାତ୍ରୀ ଙ୍କ ପାଇଁ ପିଇବା ପାଣି ଏବଂ ଏକ ସବୁଦିନଆ ପକ୍କା ରାସ୍ତା ଟିଏ ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ l ଅନୁଷ୍ଠାନ ଅଧକ୍ଷ ଶୁଚିସ୍ମିତା ପଧାନ ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ l ଶିକ୍ଷୟତ୍ରୀ ରଶ୍ମିତା ପୂଝରୀ ଧନ୍ୟବାଦ ଅର୍ପଣ କରିଥିଲେ l ଅନୁଷ୍ଠାନ ର ଛାତ୍ରୀ ସୌମାଶ୍ରୀ ମିଶ୍ର, ଛାତ୍ର ଆୟୁଷମାନ ମହାକୁର ଏବଂ ସ୍ୱରୂପରାଜ ପୂଝରୀ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନ ର ଛାତ୍ର ସୋମଦତ୍ତ ଓ ସାଥି, ଜିଂଜ୍ଞାସା ଜ୍ୟୋତିପ୍ରଭା ଓ ସାଥି ଙ୍କ ସହ ଅନୁଷ୍ଠାନ ର କୁନି କୁନି ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସଂସୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ବାର୍ଷିକ ଉତ୍ସବ ରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ, ଅବିଭାବକ ଅବିଭାବିକା ଙ୍କ ସମେତ ଅନୁଷ୍ଠାନ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମନେ ସହଯୋଗ କରିଥିଲେ l

