Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବ୍ଲକ ର 2 ବକ୍ସି ଖେଳାଳି ଜାତୀୟ ସ୍ତରରେ ଖେଳିବାକୁ ମନୋନୀତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର 2 ଜଣ ଛାତ୍ରୀ ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିବା ସହ ଜାତୀୟ ସସ୍ତରେ ଖେଳିବାକୁ ମନୋନିତ ହୋଇଛନ୍ତି l ସୂଚନା ଥାଉ କି 25 ଓ 26 ତାରିଖ ରେ ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କନିଷ୍ଠ ବାଳିକା ବକ୍ସିଂ ପ୍ରତିଯୋଗିତା ରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ସାନକିରାସିରା ଗ୍ରାମର ଝରଣା ନାଏକ ୧୭ ବର୍ଷ ରୁ କମ୍ ବାଳିକା ବର୍ଗ (46କିଗ୍ରା) ରେ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତର କୁ ଉନ୍ନୀତ ହୋଇଥିବା ବେଳେ ୧୯ ବର୍ଷରୁ କମ୍ ବାଳିକା ବର୍ଗ (48 କିଗ୍ରା)ରେ ସଂଗ୍ରାମପୁର ଗ୍ରାମର ଅର୍ଚିତା ପଧାନ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତର କୁ ଉନ୍ନୀତ ହୋଇଛନ୍ତି। ଉଭୟ ଛାତ୍ରୀ ଜାତୀୟ ସ୍ତର କୁ ମୋନାନୀତ ହୋଇଥିବାରୁ ବୀରମହାରାଜପୁର ଖେଳାଳି ଓ ବକ୍ସିଂ ଖେଳାଳି ମହଲ ରେ ଖୁସି ଲହର ଖେଳି ଯାଇଛି l ବକ୍ସିଂ କୋଚ ବ୍ରଜଗୋପାଳ ପଣ୍ଡl , ଶିକ୍ଷକ ରଜେଶ ମେଣ୍ଡିଲି ଓ ଜିଲ୍ଲା ସୌଖିନ ମୁଷ୍ଟି ଯୋଦ୍ଧା ସଙ୍ଘ ସଭାପତି ରାମକୁମାର ସାହୁ ଉଭୟ ଛାତ୍ରୀ ଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିବା ବେଳେ ଜିଲ୍ଲା ସ୍ତର ରେ ଭଲ ପ୍ରଦର୍ଶନ କରି ନିଜ ପରିଜନ, ଗାଁ, ଜିଲ୍ଲା ଓ ରାଜ୍ୟ ନାମ କରିବାକୁ ପରାମର୍ଶ ଦେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ