ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ର ସଦସ୍ୟ ନରେନ୍ଦ୍ର ସାହୁଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ
ବୀରମହାରାଜପୁର :
ବରିଷ୍ଠ ନାଗରିକ ସଂଗଠନର ସଦସ୍ୟ ନରେନ୍ଦ୍ର ସାହୁଙ୍କ ଦେହାନ୍ତରେ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ କାର୍ଯ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସୋମବାର ଅନୁଷ୍ଠାନ ର ସଭାପତି ଦୟାନିଧି ହୋତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ପରେ ସ୍ବର୍ଗତ ସାହୁଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ସଂପାଦକ ଡ. ଦ୍ବିତୀକୃଷ୍ଣ ପଣ୍ଡା , ପୂର୍ବ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ, ଭଗବାନ ମିଶ୍ର, କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର , ଉପଦେଷ୍ଟା ସୌମିତ୍ରି ମେହେର , ବରିଷ୍ଠ ସଦସ୍ୟ ଜ୍ଞାନେନ୍ଦ୍ର ତ୍ରିପାଠୀ , ଜୟଦେବ ସାହୁ, ଚମରା ମହାକୁର , ତ୍ରିନାଥ ମିଶ୍ର, ବଳରାମ କାଣ୍ଡ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ସ୍ମୁତି ଚାରଣ କରିଥିଲେ।

