Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ମହିଳା ମହାବିଦ୍ୟାଳୟ ରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହିଳା କଲେଜ ର ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ପରୀକ୍ଷା ଶେଷ ହେବା ପରେ କଲେଜ ର ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ଦ୍ୱାରା ଦ୍ଵିତୀୟ ବର୍ଷ ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି l ଏହି ଅବସରରେ ଆୟୋଜିତ ସଭା ରେ କଲେଜ ଅଧକ୍ଷ ଆଶୁତୋଷ ହୋତା ଙ୍କ ସଭାପତିତ୍ୱ ରେ କଲେଜ ର ସମସ୍ତ କର୍ମଚାରୀ ମଂଚାସୀନ ଥିଲେ I ଭବିଷ୍ୟତ ରେ କେମିତି ସବୁ ଛାତ୍ରୀ ଉତ୍ତମ ନାଗରିକ ହିସାବରେ ପ୍ରତିଷ୍ଠିତ ହେବେ ଏବଂ ନିଜର ପରିବାର ତଥା ସମାଜ ର ଉନ୍ନତି ରେ ସହାୟକ ହେବେ ସେ ଦିଗରେ ଚେଷ୍ଟିତ ହେବାପାଇଁ ସମସ୍ତେ ଛାତ୍ରୀ ମାନଂକୁ ପରାମର୍ଶ ଦେଇଥିଲେ I ଏହି ଅବସରରେ ଉଭୟ ବର୍ଷ ର ଛାତ୍ରୀ ମାନେ କଲେଜ ରେ ନିଜ ନିଜ ଅନୁଭୂତି ବିଷୟରେ ବର୍ଣନା କରିଥିଲେ I ସଭାପୂର୍ବରୁ ବିଦାୟୀ ଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା I ପରିଶେଷରେ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ କଲେଜ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories