ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଉତ୍କଳ ଦିବସ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଆଜି ଉତ୍କଳ ଦିବସ ତଥା ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ଅନୁଷ୍ଠାନ ର ସଭାପତି ଦୟାନିଧି ହୋତା ସଭାପତିତ୍ୱ କରିଥିବାବେଳେ ପୂର୍ବତନ ସଭାପତି ଡ ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ଥିଲେ । ସମ୍ପାଦକ ଡ. ଦ୍ବିତୀକୃଷ୍ଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ସୋନପୁର ମହାରାଜା ବିରମିତ୍ରୋଦୟ ସିଂହଦେଓଙ୍କ ପ୍ରଚେଷ୍ଟାରେ କଲିକତା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗ ଖୋଲାଯାଇଥିଲା l ତେଣୁ ଓଡ଼ିଆ ଭାଷାର ସମ୍ପ୍ରସାରଣରେ ସୋନପୁର ର ଅବଦାନ ରହିଛି ବୋଲି କହିଥିଲେ । ଆଲୋଚନାରେ ଜ୍ଞାନେନ୍ଦ୍ର କୁମାର ତ୍ରିପାଠୀ, ନାରାୟଣ ଦେହୁରୀ ,ସୁରୁ ସାହୁ, ଭଗବାନ ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଧର୍ମଦତ୍ତ ପାଢ଼ୀ ,ସତ୍ୟ ନାରାୟଣ ନାୟକ , ନିରଞ୍ଜନ ସେଠୀ , ଚମରା ମହାକୁର , ଧନୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

