ତେଲି ପାଲି ଶ୍ରୀରାମ ଲୀଳା ମହୋତ୍ସବ 66 ବର୍ଷରେ କଲା ପଦାର୍ପଣ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ର ତେଲିପାଲି ରେ ହେଉଥିବା ଶ୍ରୀରାମ ଲୀଳା ମହୋତ୍ସବ ଚଳିତ ବର୍ଷ ୬୬ ବର୍ଷରେ ପହଞ୍ଚିଛି। ଶ୍ରୀରାମ ନବମୀ ଠାରୁ ଆରମ୍ଭ ହେଉଥିବା ଏହି ଶ୍ରୀରାମ ଲୀଳା ମହୋତ୍ସବ ନଅ ଦିନ ଧରି ହେବ। ଦିନବେଳା ପ୍ରତ୍ୟହ ପୂଜାର୍ଚ୍ଚନା ସହିତ ରାତିରେ ଶ୍ରୀରାମ ଲୀଳା ନାଟକ ପରିବେଷଣ ହେଉଛି। ଏହି ମହୋତ୍ସବ ପାଇଁ ତେଲିପାଲି ଗ୍ରାମ ଏହି ନଅ ଦିନ ଧରି ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ହୋଇ ପଡ଼ିଛି।ଗ୍ରାମବାସୀ ଏକ ଜୁଟ ହୋଇ ଏହାକୁ ପାଳନ କରୁଛନ୍ତି। ଏହାର ପରିଚାଳନା ପାଇଁ ସର୍ବ ସମ୍ମତି କ୍ରମେ ଏକ ପରିଚାଳନା କମିଟି ଗଠନ କରାଯାଇଛି। ଏଥିରେ ଗୌରୀ ଶଙ୍କର ସାହୁ( କାହ୍ନା) ଙ୍କୁ ସଭାପତି ଓ ଅଚ୍ୟୁତାନନ୍ଦ ସାହୁ ଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଛି। ଏହା ସହିତ ରାଜ ଗୋପାଳ ପାଣିଗ୍ରାହୀ,ସରୋଜ ସାହୁ,ରିକୁ ସାହୁ,ସୁନୀଲ ସାହୁ ପ୍ରମୁଖ ଙ୍କୁ ପରିଚାଳନା କମିଟିର ସଭ୍ୟ ଭାବେ ଚୟନ କରାଯାଇଛି। ରାମନବମୀ ପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି। ପ୍ରାୟ ଶହେ ରୁ ଅଧିକ ବ୍ରତାଧାରୀ ନିଷ୍ଠା ଓ କାଷ୍ଠା ସହିତ ବ୍ରତ ଧାରଣ କରି ପୂଜାର୍ଚନା କରୁଛନ୍ତି। ଦିନବେଳା ମନ୍ଦିରରେ ପୂଜାର୍ଚ୍ଚନା , ହୋମ , ପୁଷ୍ପାଞ୍ଜଳି କରାଯାଉଛି। ବୈଦ୍ୟନାଥ ପାଣିଗ୍ରାହୀ ପୂଜକ ଭାବେ ପୂଜା କାର୍ଯ୍ୟ କରୁଛନ୍ତି। ପ୍ରତ୍ୟହ ସନ୍ଧ୍ୟା ରେ ପରିବେଷଣ ହେଉଛି ଲୀଳା ନାଟକ। ପ୍ରଥମ ରଜନୀ ରେ ରାମ ଜନ୍ମ ରୁ ଆରମ୍ଭ ହୋଇ ପର୍ଯ୍ୟାୟକ୍ରମେ ତାଡକା ବଧ, ସୀତା ବିବାହ, ରାମ ବନବାସ , ଭରତ ମିଳନ, ସୀତା ଚୋରୀ , କୁମ୍ଭକର୍ଣ୍ଣ ଵଧ, ତରଣୀ ସେନ ବଧ ,ଇନ୍ଦ୍ରଜିତ ବଧ , ରାବଣ ବଧ , ରାମ ରାଜ୍ୟଭିଷେକ ଆଦି ନାଟକ ପରିବେଷଣ କରାଯାଉଛି । ଏଥିରେ ରାମ ଭୂମିକାରେ ସିରାଜ ବେହେର ା, ଲକ୍ଷ୍ମଣ – ମିଲନ ସାହୁ, ଭରତ – ଜଗଦୀଶ ଭୋଇ, ଶତ୍ରୁଘ୍ନ – ନିଖିଲ ସାହୁ , ରଣବ – ସନ୍ତୋଷ ପଧାନ , ଦଶରଥ – ସୁବାସ ପଧାନ, ହନୁମାନ – ଶ୍ରୀଧର ପ୍ରଧାନ, ସୀତା – ବ୍ୟାସଦେବ ଗୁରୁ, କୁମ୍ଭକର୍ଣ୍ଣ – ଦିଲ୍ଲୀପ ସାହୁ , ପର୍ଶୁରାମ – ସନତ ପୋଢ , ଇନ୍ଦ୍ରଜିତ – ସୁନୀଲ ଗାଈଗରିଆ, ତରଣୀସେନ – ଅରବିନ୍ଦ ଭୁକ୍ତା ,ବିଭୀଷଣ – ସଞ୍ଜୀବ ଭୁକ୍ତା ପ୍ରମୁଖ ଅଭିନୟ କରୁଛନ୍ତି। ଏହା ଦେଖିବାକୁ ପ୍ରତି ରଜନୀରେ ଅଞ୍ଚଳର ଶତାଧିକ ଦର୍ଶକ ଙ୍କ ସମାଗମ ହେଉଛି। ଓଡ଼ିଶାର କଳା ଓ ସଂସ୍କୃତି କୁ ବଜାଇ ରଖିବା ସହିତ ଯୁବ ପିଢିଙ୍କୁ ଏହି ପୌରାଣିକ କଥା ବସ୍ତୁ ପ୍ରତି ଆକର୍ଷିତ କରିବା ପାଇଁ ଏହି ଗ୍ରାମରେ ଯୁବକ ମାନେ ଏଥିରେ ଅଭିନୟ କରୁଛନ୍ତି। ତେବେ ଏହି ଗ୍ରାମର ଶ୍ରୀରାମ ଲୀଳା ଅଞ୍ଚଳର ପୁରାତନ ଓ ପ୍ରସିଦ୍ଧ ହୋଇଥିବାରୁ ଏଠାକୁ ପ୍ରତ୍ୟହ ଦର୍ଶକଙ୍କ ଗହଳି ଲାଗୁଛି।

