ଆମ୍ ଆଦମୀ ପାର୍ଟି ପକ୍ଷରୁ ବୀରମହାରାଜପୁର 8 ଘଣ୍ଟିଆ ବନ୍ଦ ପାଳନ କୁ ବିଫଳ କରାଇଲା ପୋଲିସ
ବୀରମହାରାଜପୁର : ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ବନ୍ଦ କରରାଯାଉ। ସୁବର୍ଣ୍ଣପୁର ଏସପି, ନାରାୟଣ ନାଏକ ସୁବଳୟା ଥାନାଧିକାରୀ ସୁଶାନ୍ତ କୁମାର ପଧାନ ଏବଂ ସୁବର୍ଣ୍ଣପୁର ଖଣି ଅଧିକାରୀ ସୋମ୍ୟକ ଦାସ ଙ୍କୁ ଅନ୍ୟତ୍ର ବଦଳି ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ ସୋମବାର ବୀରମହାରାଜପୁର କୁ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଏନେଇ ଆଜି ବୀରମହାରାଜପୁର ମୁଖ୍ୟ ଛକ ଠାରେ ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ଙ୍କ ନେତୃତ୍ୱ ରେ ଶତାଧିକ ଦଳୀୟ କର୍ମକର୍ତ୍ତା ଯୋଗଦେଇ ଗାଡି ମଟର ଚଲାଚଳ ବନ୍ଦ କରିବାକୁ ମୁଖ୍ୟଛକ ଠାରେ ରାସ୍ତା ଅବରୋଧ କରିଥିଲେ l ଅତିରିକ୍ତ ଅlରକ୍ଷୀ ଅଧିକ୍ଷକ କେ କେ ହରିପ୍ରସାଦ ଙ୍କ ସମେତ ବୀରମହାରାଜପୁର ଏସଡିପିଓ ହେମନ୍ତ କୁମାର ରାଓ, ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ 2 ପ୍ଲଟୁନ ରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା l ତେବେ ବନ୍ଦ ଡାକରା ନେଇ ପ୍ରଶାସନ ଠାରୁ ଅନୁମତି ନେଇ ନ ଥିବା ଅଭିଯୋଗ ରେ ଏବଂ ବନ୍ଦ ହିଂସାତ୍ମକ ଉପାୟ ରେ ହେଉଥିବା ଅଭିଯୋଗ କରି ପୁଲିସ ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ପୃଥ୍ୱରାଜ ଜଗଦଳା ଙ୍କ ସହିତ 6 ରୁ ଉର୍ଦ୍ଧ ଦଳୀୟ କର୍ମୀ ଓ ଯୁବ ସମାଜସେବୀ ତଥା ସୋନପୁର ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଦଳୀୟ ପ୍ରାର୍ଥୀ ପ୍ରିୟବ୍ରତ ସାହୁ କୁ ପୁଲିସ ଆନ୍ଦୋଳନ ସ୍ଥଳ ରୁ ଯୋର ଜବରଦସ୍ତ ଉଠେଇ ନେଇ ଥିବା ବେଳେ ବନ୍ଦ ସମୟ ପୁର୍ଣ୍ଣ ପରେ ବ୍ୟକ୍ତିଗତ ମୁଚଳିକା ରେ ସମସ୍ତ ଙ୍କୁ ଅପରାହ୍ନ 3 ଟା ରେ ଛାଡି ଥିଲେ l ପୁଲିସ ପ୍ରଶାଶନ ସମସ୍ତ ଆନ୍ଦୋଳନ କରି ଙ୍କୁ ଉଠେଇ ନେବା ପରେ କାଁ ଭାଁ ଦୋକାନ କିଛି ଖୋଲି ଥିଲା କିନ୍ତୁ ବନ୍ଦ ର ପ୍ରଭାବ ସହର ରେ ଦେଖାଯାଇଥିଲା l ଆମ ଆଦମୀ ପାର୍ଟି ସଭାପତି ଶ୍ରୀଯୁକ୍ତ ଜଗଦଳା ଅଭିଯୋଗ କରିଥିଲେ କି ଶାସକ ବିଜେପି ଦଳ ଚାପ ରେ ପୁଲିସ ପ୍ରଶାସନ ଦଳୀୟ ଚାପ ରେ ଓ ଦଳୀୟ କର୍ମୀ ଭାବେ ଜବରଦସ୍ତ ବନ୍ଦ କୁ ଅସଫଳ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ କରିଥିଲେ l

