ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ
ବୀରମହାରାଜପୁର :
ବରିଷ୍ଠ ନାଗରିକ ସଂଗଠନ ବୀରମହାରାଜପୁର ଓ ଖଣ୍ଡହତାର ମିଳିତ ଆନୁକୂଲ୍ୟରେ ସଦର କାର୍ଯ୍ୟାଳୟ ବୀରମହାରାଜପୁର ଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଅନୁଷ୍ଠାନ ର ସଭାପତି ଦୟାନିଧି ହୋତା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସଭାପତି ଡ ପ୍ରଫୁଲ୍ଲ କୁମାର ରଥ, ମୁଖ୍ୟ ବକ୍ତା ପ୍ରତାପ ଶଙ୍କର ପାଣିଗ୍ରାହୀ , ସମ୍ମାନିତ ଅତିଥି ଭାବେ ଦିଲ୍ଲିପ ତ୍ରିପାଠୀ , ଘାସିରାମ ମଲ୍ଲିକ ପ୍ରମୁଖ ଯୋଗଦାନ କରିଥିଲେ। ସ୍ୱାସ୍ଥ୍ୟ ହିଁ ସମ୍ପଦ ଏବଂ ଏହି ସମ୍ପଦର ସୁରକ୍ଷା ହିଁ ଏକ ପ୍ରଗତିଶୀଳ ସଭ୍ୟତାର ମୂଳଦୁଆ ଅଟେ । ପରିଣତ ବୟସରେ ସମସ୍ତ ବରିଷ୍ଠ ନାଗରିକ ନିଜ ସ୍ଵାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବା ଉଚିତ୍ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ପ୍ରାରମ୍ଭରେ ଶ୍ୟାମସୁନ୍ଦର ସେଠୀ ଅତିଥି ପରିଚୟ ଓ ସ୍ବାଗତ ବକ୍ତବ୍ୟ ରଖିଥିବାବେଳେ କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଡ. ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲେ । ଖଣ୍ଡହତା ସଂଗଠନର ସଦସ୍ୟ ଗଦାଧର ବାରିକ, ହୃଷିକେଶ ନାଏକ , ଟିକାଇ କର୍ମୀ , ପ୍ରହଲ୍ଲାଦ ପ୍ରଧାନ, ପ୍ରହଲ୍ଲାଦ ନାଏକ ପ୍ରମୁଖ ଯୋଗଦାନ କରିଥିବାବେଳେ ବୀରମହାରାଜପୁର ସଂଗଠନର ସୁରୁ ସାହୁ, ନାରାୟଣ ନାୟକ, ରବି ନାରାୟଣ ବେହେରା, ନାରାୟଣ ପ୍ରସାଦ ନାୟକ, ଧର୍ମ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

