Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବ୍ଲକ ରେ ମନରେଗା ସାମାଜିକ ସମୀକ୍ଷା ଅନୁଷ୍ଠିତ

ବୀରମହାରାଜପୁର : -ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ୨0୨୬ ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା, ମନରେଗା କାର୍ଯ୍ୟ ର ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି l ବ୍ଲକ ସଭାଗୃହ ଠାରେ ବୀରମହାରାଜପୁର ବିଡ଼ିଓ ରାଜୀବ ହାଁସଦା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସମୀକ୍ଷା ବୈଠକରେ ଏ ଡି ଏମ ଅଞ୍ଜୋଲିନା ପଧାନ ଯୋଗଦେଇ ସମୀକ୍ଷା କରିଥିଲେ l ବୀରମହାରାଜପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନାରାୟଣ ଲୁହା, ସାମାଜିକ ସମୀକ୍ଷା ବରିଷ୍ଠ ସଦସ୍ୟ କିଶୋର ହୋତା, ଏନ ଜି ଓ ମେମ୍ବର ପ୍ରଭଞ୍ଜନ କର୍ମୀ ପ୍ରମୁଖ ଯୋଗଦେଇ ମିଳିତ ସହଯୋଗ ହେଲେ ମନରେଗା ଏବଂ ଜି ଭି ଜି ରାମଜୀ କାର୍ଯ୍ୟ ସଫଳ ରୂପାୟନ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସାମାଜିକ ସମୀକ୍ଷା ବ୍ଲକ ସଂଯୋଜକ ଚୈତନ୍ୟ ମଲ୍ଲିକ ବିବରଣୀ ପାଠ କରିଥିବା ବେଳେ,ସହକାରୀ ଯନ୍ତ୍ରୀ ଦୁଃଶାସନ ସାହୁ, ୧୫ ଗୋଟି ଗ୍ରାମ ପଞ୍ଚାୟତର ଭି ଆର ପି ଏ ପି, ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ, ଜି ଆର ଏସ ଏବଂ ହିତାଧିକାରୀ ଯୋଗ ଦେଇଥିଲେ l ସର୍ବାଧିକ ୧୧ ଜଣ ହିଲୁଙ୍ଗ ଗ୍ରାମ ପଞ୍ଚାୟତ ଏବଂ ସର୍ବ ନିମ୍ନ ଚମ୍ପାମାଲ ଗ୍ରାମ ପଞ୍ଚାୟତର ୧00ଦିନ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ସମୁଦାୟ ୪୮ ଜଣ ଶ୍ରମିକ ଙ୍କୁ ସମର୍ଦ୍ଧନା ଦିଆ ଯାଇଥିଲା l ବିଭିନ୍ନ ଅବହେଳା କାରଣ ରୁ ୩0ଟି କାର୍ଯ୍ୟ ରୁ ଫାଇନ ଆଦାୟ କରାଯାଇଛି l ଆଗକୁ ଯେପରି କୌଣସି ତ୍ରୁଟି ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ l ଶେଷରେ ବୀରମହାରାଜପୁର ବ୍ଲକ ମନରେଗା ପ୍ରୋଗ୍ରାମ ଅଫିସର ଅମିତାଂଶୁ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ