Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାଦନ ଯାଇ ଝିଅ ନିଖୋଜ, ନ୍ୟାୟ ଅପେକ୍ଷାରେ ବାପା ମାଆ

ଖଡ଼ିଆଳ : ଦାଦନ ଯାଇ ଝିଅ ନିଖୋଜ, କାହା ସହିତ ତମ ଝିଅ ପଳେଇଲା କହି ବେଫିକର ଜ୍ବାଇଁ। ଲାପତ୍ତା ଝିଅକୁ ଖୋଜି ଖୋଜି ନୟାନ୍ତ ହେଲେଣି ବାପା ମାଆ। ଏପରି ଏକ ଅଭିଯୋଗ ଆସିଛି ଖଡ଼ିଆଳ ବ୍ଲକ ସାନମହେଶ୍ବର ଗ୍ରାମ ପଞ୍ଚାୟତର ଘରଧରା ଗ୍ରାମରୁ। ଏହି ଗ୍ରାମର ଦେବେନ୍ଦ୍ର ରଣାଙ୍କ ଝିଅ ବବି ୨୦୧୮ ମସିହାରେ ବିବାହ କରିଥିଲେ ।ବଲାଙ୍ଗୀର ଜିଲା ଲାଠୋର ଥାନାର ପିପଲିବାହାଲ ଗ୍ରାମର ଚନ୍ଦ୍ର ରଣାଙ୍କୁ।କିଛି ମାସ ଗଲା ପରେ ବିଭିନ୍ନ କାରଣ ଦର୍ଶାଇ ଚନ୍ଦ୍ର ବବିକୁ ନିର୍ଯ୍ୟାତନା ଦେବା ଆରମ୍ଭ କଲେ। ଏନେଇ ଦୁଇ ପରିବାର ଓ ଜାତି ସମାଜ ଲୋକେ ବସି ସମାଧାନ କରିଥିଲେ ଓ ଆଉ ନିର୍ଯ୍ୟାତନା ଦେବେ ନାହିଁ ବୋଲି ଚନ୍ଦ୍ର ମାନି ନେଇଥିଲେ। କିଛି ଦିନ ପରେ ସ୍ବାମୀ ସ୍ତ୍ରୀ ଆନ୍ଧ୍ରପ୍ରଦେଶ ଇଟା ଗଢିବାକୁ ଯାଇଥିଲେ। ପରେ ତାଙ୍କର ଏକ ଝିଅ ଜନ୍ମ ହେଲା। ୨୦୨୧ ଜାନୁଆରୀରେ ଝିଅକୁ ଧରି ଉଭୟେ ବାଙ୍ଗାଲୋର ଦାଦନ ଖଟିବାକୁ ଗଲେ। ସେଠାରୁ ଫେବ୍ରୁଆରୀ ୨୮ ତାରିଖରେ ଶ୍ୱଶୁର ଘରକୁ ଫୋନ କରି ଚନ୍ଦ୍ର ତୁମ ଝିଅ ବବି କାହା ସହିତ ପଳେଇଲା ବୋଲି କହିଥିଲା।ଏନେଇ ଲାଠୋର ଥାନାରେ ଦେବେନ୍ଦ୍ର କେଶ କରିବା ସହିତ ଝିଅକୁ ଖୋଜିବା ପାଇଁ ବାଙ୍ଗାଲୋର ଯାଇଥିଲେ କିନ୍ତୁ କୌଣସି ଖୋଜ ଖବର ପାଇଲେ ନାହିଁ। ଏହାପରେ ପିପଲିବାହାଲ ଆସିବାରୁ ସେଠାରେ ନାତୁଣୀ ବର୍ଷାକୁ ଦେଖିଲେ କିନ୍ତୁ ଜ୍ୱାଇଁର ଦେଖା ମିଳି ନଥିଲା। ଏନେଇ ପୁଲିସକୁ ଜଣାଇବାରୁ ତୁମ ଜ୍ୱାଇଁ ଦାଦନ ଯାଇଛି ଆସିଲେ ତଦନ୍ତ କରିବୁ ବୋଲି ଲାଠୋର ପୁଲିସ କହିଥିବା ଦେବେନ୍ଦ୍ର ଅଭିଯୋଗ କରିଛନ୍ତି। ମୋ ଝିଅ ଯଦି କାହା ସହିତ ପଳେଇଲା ତାହେଲେ ଏତେ ଦିନ ହେଲା ଫୋନ କରୁନି କାହିଁକି, ଏଣୁ ଜ୍ୱାଇଁ ଚନ୍ଦ୍ର ଉପରେ ସନ୍ଦେହ ସୃଷ୍ଟି ହେଉଥିବା ସେ କହିଛନ୍ତି। ପୁଲିସ ଉପଯୁକ୍ତ ତଦନ୍ତ କରି ମୋ ଝିଅକୁ ଫେରାଇ ଆଣୁ ବୋଲି ବାପା ମାଆ ନିବେଦନ କରିଛନ୍ତି। ଏନେଇ ଲାଠୋର ପୁଲିସ ସହିତ ଯୋଗାଯୋଗ ହୋଇପାରିନି। ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ