Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜେସିବି ଓ କାର ମଧ୍ୟରେ ମୁହାମୁହିଁ ଧକ୍କା; ଚାରି ଜଣ ଆହତ, ଡାକ୍ତରଖାନା ରେ ଭର୍ତ୍ତି

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାୟକପଡା ଗ୍ରାମ ନିକଟରେ ସମ୍ବଲପୁର _ସୋନପୁର ମୁଖ୍ୟ ରାସ୍ତା ଉପରେ ଭାରସାମ୍ୟ ହରାଇ ଏକ ଜେସିବି ଓ କାର ମଧ୍ୟରେ ମୁହାଁମୁହିଁ ଆଜି ଧକ୍କା ହୋଇଛି । ଦୁର୍ଘଟଣାରେ ଜେସିବି ଚାଳକ ଏବଂ କାରରେ ଥିବା ଯାତ୍ରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତି ଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ସମ୍ବଲପୁରରୁ ସୋନପୁର ପଟକୁ ଏକ କାର ଯାଉଥିବା ବେଳେ ବିପରିତ ଦିଗରୁ ଆସୁଥିବା ଜେସିବି ସହିତ ଧକ୍କା ହୋଇଥିଲା । ଭୟାନକ ଦୁର୍ଘଟଣା ପରେ ଜେସିବି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ କାରରେ ବସିଥିବା ଯାତ୍ରୀଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ଜଣାପଡିଛି । କାରରେ କେତେ ଜଣ ଯାତ୍ରୀ ଥିଲେ ସ୍ପଷ୍ଟ ଜଣାପଡି ନଥିଲାବେଳେ ୪ ଜଣ ଥିବା ପ୍ରାଥମିକ ତଦନ୍ତ ରୁ ପୁଲିସ ସୂତ୍ରରୁ ଜଣାପଡିଛି । ଘଟଣାସ୍ଥଳରୁ ଉଭୟ କାର ଏବଂ ଜେସିବି ହିକୁଡି ଫାଣ୍ଡି ପୁଲିସ ଜବତ କରିବା ସହ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।