ବଜରଙ୍ଗ ଦଳ ପକ୍ଷରୁ ବୀରମହାରାଜପୁର 12 ଘଣ୍ଟିଆ ବନ୍ଦ ଡାକରା
ବୀରମହାରାଜପୁର : ହନୁମାନ ଜୟନ୍ତୀ ଅବସରରେ ଲଗାଯାଇଥିବା ଧାର୍ମିକ ବ୍ୟାନରକୁ ନେଇ ଅପମାନଜନକ ବ୍ୟବହାର ଏବଂ ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ଆଜି ବୀରମହାରାଜପୁର ସହର ସମ୍ପୂର୍ଣ୍ଣ ବନ୍ଦ ରହିଛି। ବଜରଙ୍ଗ ଦଳ ପକ୍ଷରୁ ଦିଆଯାଇଥିବା ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଫଳରେ ସହର ରେ ଯାନବାହାନ ସମସ୍ତ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଥିବା ବେଳେ ସରକାରୀ-ବେସରକାରୀ କାର୍ଯ୍ୟାଳୟ ସହିତ ଦୋକାନ ବଜାର ଆଦି ବନ୍ଦ ଥିବା ଜଣାଯାଇଛି ।
ଘଟଣା ସମ୍ପର୍କରେ ସୂଚନା ଯେ ହନୁମାନ ଜୟନ୍ତୀ ପାଇଁ ସହରରେ ଲଗାଯାଇଥିବା ଶ୍ରୀ ରାମ ଓ ବୀର ବଜରଙ୍ଗ ବଳି ଫଟୋ ବ୍ୟାନରକୁ ଭୀମ ଆର୍ମିର କିଛି ବ୍ୟକ୍ତି ଗାଳିଗୁଲଜ କରିବା ସହ ବ୍ୟାନର ଓ ପୋଷ୍ଟର କୁ ଚିରି ତଳେ ଫୋଫାଡି ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସୂଚନା ଯେ ଉକ୍ତ ଦିନ ପୂର୍ବାହ୍ନ ରେ ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ଏକ ଶୋଭାଯାତ୍ରା ବାହାରି ଥିଲା I ଏହି ଘଟଣାକୁ ନେଇ ହିନ୍ଦୁ ସଂଗଠନ ଓ ବଜରଙ୍ଗ ଦଳ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ବଜରଙ୍ଗ ଦଳ ଆଜି ଆନ୍ଦୋଳନକୁ ଓହ୍ଲାଇଛି। ବନ୍ଦ ଯୋଗୁ
ବଜାର ଶୂନଶାନ ଦେଖା ଦେଇଛି l ସ୍ଥାନୀୟ ବ୍ୟବସାୟୀ ସଂଘ ମଧ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ ରଖିଛନ୍ତି।
ବଜରଙ୍ଗ ଦଳ ପକ୍ଷରୁ କୁହାଯାଇଛି ଯେ, ଧାର୍ମିକ ଭାବନାକୁ ଆଘାତ ଦେଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାନଗଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ବ୍ୟାପକ ହେବାନେଇ ଚେତାବନୀ ଦେଇଛି ଦଳ l ପରିସ୍ଥିତିକୁ ଦୃଷ୍ଟିରେ ରଖି ବୀରମହାରାଜପୁର ପୋଲିସ ସହରର ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ କରିଛି। ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି l

