Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ରେ ବିଜେପିର କାର୍ଯ୍ୟକାରିଣୀ ବୈଠକ ; ଜନକଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଗୁରୁତ୍ତ୍ଵ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ସ୍ଥିତ ଜଳସେଚନ ଡାକବଙ୍ଗଳା ପରିସରରେ କେନ୍ଦ୍ର ବିଜେପିର ନିର୍ଦ୍ଦେଶକ୍ରମେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁବଳୟା ମଣ୍ଡଳ ସଭାପତି ହରିହର ପାତ୍ର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଭାଜପା ଜିଲା ଉପସଭାପତି ନଳିନୀ ପଣ୍ଡା ,ଜିଲା ସାଧାରଣ ସମ୍ପାଦକ ବେଣୁଧର ଦାଶ,ପୂର୍ବତନ ବିଧାୟକ ପ୍ରାର୍ଥି ଆନନ୍ଦ ବାରିକ,ମଣ୍ଡଳ ସାଧାରଣ ସମ୍ପାଦକ ବାବୁଲାଲ ପଣ୍ଡା, ମଣ୍ଡଳ ପ୍ରଭାରୀ ତ୍ରୀଲୋଚନ ନାଏକ, ଉପସଭାପତି ଭୋଲାଶଙ୍କର ବାଘ ଓ ଗୌର ଜଗଦଲା, ମହିଳା ମୋର୍ଚ୍ଚା ଜିଲା ସାଧାରଣ ସମ୍ପାଦକ ଶବିତା ପଣ୍ଡା, ଓବିସି ମୋର୍ଚ୍ଚା ସଭାପତି ରିଷ ସାହୁ, ରାଧାଚରଣ ମେହେର, ସୁମନ୍ତ ଜଗଦଲା, କର୍ମୁ କଲତା,ସେନାପତି ଭୂଇ, ରାଧେ ଶଙ୍ଖୁଆ,ବିଜୟ କୁମାର ହୋତା,ସୁରେନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଓଡିଶା ପ୍ରଦେଶ ଭାରତୀୟ ଜନତା ପାର୍ଟି କାର୍ଯ୍ୟକାରିଣୀରେ ନିର୍ଦ୍ଧାରିତ ହୋଇଥିବା ନରେନ୍ଦ୍ର ମୋଦିଙ୍କ ନଅ ବର୍ଷ ଉପଲବଧି ଓ ଗରୀବ କଲ୍ୟାଣ ଯୋଜନା କାର୍ଯ୍ୟକ୍ରମକୁ ମାସ ତମାମ କାର୍ଯ୍ୟକ୍ରମ କରିବାକୁ ଆଲୋଚନା ହୋଇଥିଲା।ଏହା ସହିତ ଜିଲ୍ଲା ସ୍ତରରୁ ସମାବେଶ ଆରମ୍ଭ କରି ପ୍ରତ୍ୟେକ ମଣ୍ଡଳ,ଶକ୍ତିକେନ୍ଦ୍ର,ବୁଥ ଏବଂ ଘରେ ଘରେ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଗରୀବ ଜନକଲ୍ୟାଣ ଯୋଜନା କୁ କିପରି ଭାବରେ ଘରେ ଘରେ ପହଞ୍ଚାଯିବ ସେହି ବିଷୟରେ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସନତ ହୋତା,ପଙ୍କଜ ନାଏକ,ବାବୁଲାଲ ପଧାନ,ଭୀଷ୍ମ ଅମାତ, ଗୋପାଲକ ଦାଶ, ରମେଶ ପଣ୍ଡା, ସତ୍ୟମୋହନ ବେଦପାଣୀ, ଅଶୋକ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ