Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩୭ ବର୍ଷ ର ଶିକ୍ଷାଦାନ ପରେ କର୍ମ କ୍ଷେତ୍ରରୁ ବିଦାୟ ନେଲେ ବିଚିତ୍ରାନନ୍ଦ ।

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ପାଟଳଦା ଗ୍ରାମପଞ୍ଚାୟତ ର ସୁନ୍ଦର୍ ସ୍ଥିତ, ସୁରେନ୍ଦ୍ର ନାଥ ବିଦ୍ୟାପୀଠ ର ହିନ୍ଦି ଶିକ୍ଷକ ଶ୍ରୀ ବିଚିତ୍ରାନନ୍ଦ ବିଶ୍ଵାଳ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ବୁଧବାର ଦିନ ମହା ଜାକଜମକରେ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ଦାସ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ତଥା ସ୍କୁଲ ର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ସୁରେନ୍ଦ୍ର ନାଥ ନାୟକ ଙ୍କ ଶୁ ପୁତ୍ର ତଥା ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧିନ କୁମାର ନାୟକ ଯୋଗ ଦାନ କରି ଉକ୍ତ ବିଦାୟ ସମ୍ବର୍ଦ୍ଧନା ଉତ୍ସବ କୁ ଉଦଘାଟନ୍ କରିଥିବା ବେଳେ,ଅତିଥି ଭାବେ ଯୋଗ ଦାନ କରି ଥିଲେ,ପୂର୍ବତନ ପ୍ରଧାନ ଶିକ୍ଷକ ,ପ୍ରମୋଦ କୁମାର ନାୟକ, ଅଶୋକ ମହାରଣା, ରାମଚନ୍ଦ୍ର ସ୍ୱାଇଁ,ସମାଜ ସେବୀ ଦୁସ୍ମନ୍ତ କୁମାର ବେହେରା,ପୂର୍ବତନ ସମ୍ପାଦକ ପ୍ରଫୁଲ୍ଲ କୁମାର ନାୟକ,ସରପଞ୍ଚ ଯଶୋବନ୍ତ ନାୟକ,ଶିକ୍ଷକ ନେତା ବିପିନ ମହାନ୍ତି,ଅତିରିକ୍ତ ଶିକ୍ଷାଧିକରୀ,ପ୍ରିୟଦର୍ଶୀ ବିଶ୍ଵାଳ ପ୍ରମୁଖ । ଅତିଥି ଗଣ ଵିଚି ଶାର୍ ଙ୍କ ୩୭ ବର୍ଷ ର ଶିକ୍ଷାଦାନ ଓ ତାଙ୍କର ଶିକ୍ଷାଦାନ ସହ କିପରି ଛାତ୍ର ବତ୍ସଳ ,ବିଦ୍ୟାଳୟ ସହ ଶୁ ସମ୍ପର୍କ ରଖି କାର୍ଯ୍ୟ କରିବା ସେ ସମ୍ପର୍କ ରେ ମତ ଦାନ କରିଥିଲେ । ପୁରାତନ ଛାତ୍ର ଛାତ୍ରୀ( ଡିଫେନ୍ସ ବ୍ୟାଚ ୧୯୯୩ ସୁରେନ୍ଦ୍ର ବେହେରା,ବିଷ୍ଣୁ ସାମନ୍ତରାୟ,ସୁଧାକର ନାୟକ),ଶିକ୍ଷକ ଗଣ,ଅଭିଭାବକ ସଂଘ ଆଦି ତରଫରୁ ବୀଚି ଶାର୍ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଶିକ୍ଷକ ଧୀରେନ୍ଦ୍ର ପ୍ରଧାନ ଓ ପ୍ରିୟଦର୍ଶିନୀ ସେନାପତି ଓ ସହଯୋଗ କରିଥିଲେ,ପ୍ରକାଶ ଭୋଳ, ଆଦର୍ଶ ପିଅନ ରବୀନ୍ଦ୍ର ସ୍ୱାଇଁ ଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ । ସମ୍ବର୍ଦ୍ଧନା ସଭା ପରେ ବିଚିଶାର୍ ଙ୍କୁ ଏକ ବିରାଟ ପଟୁଆର ରେ ତାଙ୍କ ଗ୍ରାମ ପର୍ଯ୍ୟନ୍ତ ପାଛୋଟି ନିଆ ଯାଇଥିଲା । ଏଠାରେ ପ୍ରକାଶ ଯୋଗ୍ୟ ଯେ, ବିଚି ଶାର୍ ଚଳିତ ମାସ ଶେଷ ସପ୍ତାହ ର ଶେଷ ତାରିଖରେ ସ୍କୁଲ୍ ରୁ ଅବସର ନେବେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ