Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅକ୍ଷୟ ତୃତୀୟାରେ ରାଜ୍ୟରେ ହୋଇଛି ୨୦୦ କୋଟିର ସୁନା କାରବାର!

ଭୁବନେଶ୍ୱର, ୨୨। ୪: ଚଳିତ ମାସ ୨୦ ତାରିଖରେ ପଡ଼ିଥିଲା ପବିତ୍ର ପର୍ବ ଅକ୍ଷୟ ତୃତୀୟା। ଆଉ ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଅତ୍ୟନ୍ତ ଶୁଭ ମନାଯାଏ। ଏହି ଦିନରେ ସୁନା କିଣିଲେ ଘରକୁ ସୁଖ ଆଉ ସମୃଦ୍ଧିର ଆଗମନ ହୋଇଥାଏ ବୋଲି ଲୋକଙ୍କ ମନରେ ବିଶ୍ୱାସ ରହି ଆସିଛି। ମା ଲକ୍ଷ୍ମୀଙ୍କର କୃପା ଲାଭ ହୋଇଥାଏ। ତେବେ ଏଥର ଅକ୍ଷୟ ତୃତୀୟାରେ ରାଜ୍ୟରେ ୨୦୦ କୋଟିର ସୁନା କାରବାର ହୋଇଛି ବୋଲି ସୂଚନା ରହିଛି। ପୂର୍ବ ବର୍ଷ ଅପେକ୍ଷା ଏଥର ସୁନା ଦର ଆକାଶଛୁଆଁ ହୋଇଥିବା ସତ୍ତ୍ୱେ ଲୋକ ସୁନା କିଣିବାକୁ ଆଗଭର ହୋଇଛନ୍ତି | ଏଥର ଅକ୍ଷୟ ତୃତୀୟାରେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ପ୍ରାୟ ୧ଲକ୍ଷ ୪୨ ହଜାର ପାର କରିଛି ଯାହା ପୂର୍ବ ବର୍ଷ ୯୦ ରହିଥିଲା | ସେହିପରି ୨୪ କ୍ୟାରେଟ ସୁନାର ଦ୍ୱାରା ରହିଛି ପ୍ରତି ୧୦ ଗ୍ରାମ ପିଛା ୧ ଲକ୍ଷ ୫୫ ହଜାର ଉପରେ | ତେବେ ସୁନା ଦର ଅଧିକ ହେତୁ ଲୋକ ହାଲୁକା ସୁନା କିମ୍ବା ୧ ଗ୍ରାମ ସୁନା ପ୍ରତି ମନ ବଳାଉଛନ୍ତି | ଲୋକ ହାଲୁକା ସୁନା କିଣି ଅକ୍ଷୟ ତୃତୀୟା ପର୍ବକୁ ପାଳିଛନ୍ତି | ତେବେ ସୁନା ଦର ହୁ ହୁ ହୋଇ ବଢୁଥିବା ସତ୍ତ୍ୱେ ବଜାର ସ୍ୱାଭାବିକ ଚାଲିଛି | ଲୋକ ଅଫର ମାଧ୍ୟମରେ ବିବାହ ପାଇଁ ଗହଣା କିଣିଥିବା ଏବଂ ଏଥର ପ୍ରାୟ ୧୦ ପ୍ରତିଶତ ପର୍ଯ୍ୟନ୍ତ ସୁନା କାରବାର ବଢିଥିବା ନେଇ ଜୁଏଲର୍ସ କହିଛନ୍ତି |

ଚଳିତ ବର୍ଷ ଦୁଇଦିନ ପାଇଁ ଅକ୍ଷୟ ତୃତୀୟା ପର୍ବ ପାଳିତ ହୋଇ ଥିବାରୁ ଲୋକ ଦୁଇଦିନ ସୁନା ଗହଣା କିଣିଛନ୍ତି | ପୁରୁଣା ସୁନା କୁ ବଦଳାଇ ନୂଆ ସୁନା କିଣିବାକୁ ଲୋକ ଲାଭପ୍ରଦ ଭାବି ସୁନା କିଣିଛନ୍ତି | ସୁନା ଦର ଲଗାତାର ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ହୀରା ଘନ ଗୁଡିକର ଚାହିଦା ଅଧିକ ମାତ୍ରାରେ ବଢିଛି | ହୀରା ଗହଣା ଗୁଡିକ ସୁନା ଅପେକ୍ଷା କମ ଦରରେ ମିଳୁଥିବାରୁ ଲୋକଙ୍କର ବେଶ ପସନ୍ଦ ହୋଇଛି | ହୀରାର ଗିଫ୍ଟ କଲେକ୍ସନ ଗୁଡିକର ଦାମ ୧୫୦୦୦ ଆରମ୍ଭ ହୋଇଥିବା ବେଳେ ଗ୍ରାହକ କିଣିବାକୁ ବେଶ ପସନ୍ଦ କରୁଛନ୍ତି | ସେହିପରି ୨୨ କ୍ୟାରେଟ ସୁନାର ଦର ଅଧିକ ହେତୁ ଲୋକ ୧୮ କ୍ୟାରେଟ ସୁନା କିଣିବାକୁ ବେଶି ଆଗ୍ରହ ପ୍ରକାଶ କରୁଛନ୍ତି |

ତେବେ ଏଥର ଅକ୍ଷୟ ତୃତୀୟାରେ ବ୍ୟବସାୟୀ ମାନେ ଗହଣାର ଗାଢ଼ ମଜୁରି ଉପରେ ବିଶେଷ ରିହାତି ଦେଇଥିଲେ | ନିର୍ଦିଷ୍ଟ ସୁନା କିଣା ଉପରେ କ୍ୟାସ ବ୍ୟାକ, ସୁନା ମୂଲ୍ୟ ଉପରେ ରିହାତି, ପ୍ରି ବୁକିଂ ଭଳି ସୁବିଧା ଗ୍ରାହକଙ୍କୁ ଅଧିକ ଆକୃଷ୍ଟ କରିଛି ସୁନା କିଣିବାକୁ | ଖୀମଜି ଜୁଏଲର୍ସର ଏମଡି ମିତେଶ ଖୀମଜିଙ୍କ କହିବା ଅନୁଯାୟୀ, ଏଥର ଅକ୍ଷୟ ତୃତୀୟା ଦୁଇଦିନ ପଡିଥିବା ହେତୁ ଗ୍ରାହକ ଦୁଇଦିନ ସୁନା କିଣିଛନ୍ତି | ସୁନା ଆଉ ହୀରାର ଗହଣା ବିକ୍ରି ଭଲ ହୋଇଛି | ସେ ଆହୁରି କହିଛନ୍ତିଯେ, ଗତ ବର୍ଷ ଅପେକ୍ଷା ଏଥର ସୁନା ଗହଣା କାରବାର ୨୫ରୁ ୨୯ପ୍ରତିଶତ ଏବଂ ହୀରା ଗହଣା କାରବାର କ୍ଷେତ୍ରରେ ୧୫ ପ୍ରତିଶତ ବୃଦ୍ଧି ହୋଇଛି |

ସେହିପରି ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସର ମାର୍କେଟିଙ୍ଗ ମ୍ୟାନେଜର ସିଦ୍ଧେଶ୍ୱର ରଥ କହିଛନ୍ତିଯେ, ସୁନା ଦର ବଢ଼ିଥିଲେ ମଧ୍ୟ ବ୍ୟବସାୟ ଉପରେ କୌଣସି ପ୍ରଭାବ ପଡ଼ି ନାହିଁ। ଏଥର ଦୁଇ ଦିନ ଅକ୍ଷୟ ତୃତୀୟ ପଡ଼ିଥିବାରୁ ଲୋକ ଦୁଇ ଦିନ ଯାକ ସୁନା କିଣିଛନ୍ତି। ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ଆଶା ଅନୁସାରେ ବ୍ୟବସାୟ ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ