Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାପ-ପୁଅଙ୍କୁ ଛୁରୀ ଭୁଷି ମାରିଦେଲା ପଡ଼ୋଶୀ

ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଚିତ୍ତରଞ୍ଜନ ପାର୍କ ସ୍ଥିତ ଗୋଟିଏ ଆବାସିକ କମ୍ପ୍ଲେକ୍ସରେ ଘଟିଛି ଭୟଙ୍କର ଘଟଣା। ବାପ-ପୁଅଙ୍କୁ ଛୁରୀ ଭୁଷି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ସେମାନଙ୍କ ପଡ଼ୋଶୀ ଭାବେ ରହୁଥିବା ଜଣେ ବ୍ୟକ୍ତି। ଟଙ୍କା କାରବାରକୁ ନେଇ ରହିଥିବା ବିବାଦ କାରଣରୁ ପଡ଼ୋଶୀ ଜଣକ ଏଭଳି କାଣ୍ଡ ଘଟାଇଛି।

ମୃତକ ଦ୍ୱୟ ହେଲେ ୬୨ ବର୍ଷୀୟ ରାକେଶ ସୁଦ ଓ ତାଙ୍କ ୨୭ ବର୍ଷୀୟ ପୁଅ କରନ ସୁଦ। ଆକ୍ରମଣରେ କରନଙ୍କ ଭାଇ ରାହୁଲ ସୁଦ ମଧ୍ୟ ଆହତ ହୋଇଛନ୍ତି। ତାଙ୍କର ଚିକିତ୍ସା ଏବେ ହସ୍ପିଟାଲରେ ଚାଲିଛି। ପୂରା ଘଟଣା ତାରା ଆପାର୍ମେଣ୍ଟର ଗୋଟିଏ ଫ୍ଲାଟରେ ଘଟିଛି। ଅଭିଯୁକ୍ତ ଅସଦ ଶୁକ୍ରବାର ରାତିରେ ଘରକୁ ଫେରିଥିଲା। ଏହାପରେ ଟଙ୍କା ନେଣଦେଣକୁ ନେଇ ରାକେଶ ଓ କରନଙ୍କ ସହ ପାଟିତୁଣ୍ଡ କରିଥିଲେ।

ଯୁକ୍ତିତର୍କ ହାତାହାତିର ରୂପ ନେଇଥିଲା। ଏହି ସମୟରେ ଅସଦ ନିଜ ପାଖରେ ରଖିଥିବା ଛୁରୀକୁ ବାହାର କରିବା ସହ କରନଙ୍କୁ ପ୍ରଥମେ ଆକ୍ରମଣ କରିଥିଲା। ପୁଅକୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ରାକେଶ ଆକ୍ରମଣର ଶୀକାର ହୋଇଥିଲେ। ଅସଦ ଏକାଧିକ ଥର ଉଭୟଙ୍କୁ ଛୁରୀ ଭୁଷିବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ