Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁ ଙ୍କୁ ନେଇ ଉତ୍ତମ ସମାଜ ଗଠନ ରେ ଆଧ୍ୟାତ୍ମିକ ର ଭୂମିକା ।

ଅସ୍ତରଙ୍ଗ,, ସଂସ୍କାରବାନ ଶିଶୁ ବା ଛାତ୍ର ଛାତ୍ରୀ ଙ୍କୁ ନେଇ ଉତ୍ତମ ସମାଜ ଓ ସୁଦୃଢ ରାଷ୍ଟ୍ର ରାଷ୍ଟ୍ର ଗଠନ ପାଇଁ ବ୍ୟକ୍ତିତ୍ୱ ବିକାଶ ଶିବିର ଅନୁଷ୍ଠିତ ହେବ । ଏହି ଶିବିର ର ମୂଳ ଲକ୍ଷ ରହିଛି ଛାତ୍ରଛାତ୍ରୀ ଙ୍କ ମନରେ ଲୁକ୍କାୟିତ ଶକ୍ତି କୁ ଜାଗ୍ରତ କରିବା, ନୈତିକତା କୁ ସୁଦୃଢ କରିବା, ଜୀବନକୁ ଉଦ୍ଧେଶ୍ୟମୟ କରିବା ଓ ଆମ ଭବିଷ୍ୟତ ପିଢ଼ି କୁ ସଂସ୍କାରବାନ ନାଗରିକ ଭାବେ ଗଢିବା । ପୂରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବରପଦା ଗ୍ରାମ ରେ ଶ୍ରୀ ଶ୍ରୀ ଚୈତନ୍ୟଦେବ ଭାଗବତ ପ୍ରଚାର ସମିତି ତରଫରୁ ଏହି କାର୍ଯ୍ୟକ୍ରମ ଆସନ୍ତା ୩ ତାରିଖ ରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ବ୍ୟକ୍ତିତ୍ବ ବିକାଶ ଶିବିର ରେ ଜିଲ୍ଲାର ୬ଷ୍ଟ ଶ୍ରେଣୀ ରୁ ୧୧ଦସ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି ଶିବିର ଚାଲିବ । ଶିବିର ରେ ପ୍ରମୁଖ ବିଷୟବସ୍ତୁ ରହିଛି ଚରିତ୍ରଗଠନ ଓ ମୂଲ୍ୟବୋଧ ଶିକ୍ଷା, ଯୋଗ, ଧ୍ୟାନ ଓ ଆତ୍ମ ନିୟନ୍ତ୍ରଣ ପ୍ରଶିକ୍ଷଣ, ନେତୃତ୍ୱ ବିକାଶ ଓ ବ୍ୟକ୍ତିତ୍ୱ ଗଠନ, ଗୁରୁ ଶିଷ୍ୟ ପରମ୍ପରା ଓ ଭାରତୀୟ ସଂସ୍କୃତି ଚର୍ଚ୍ଚା, ଆଧ୍ୟାତ୍ମିକ ପ୍ରେରଣା ଓ ଜୀବନ ଦର୍ଶନ, ଶିଷ୍ଟାଚାର, ସେବା ଓ ରାଷ୍ଟ୍ରସେବାର ମନୋଭାବ ଜାଗରଣ । ଏହି ଶିବିର କୁ ଉଦ୍ଘାଟନ କରିବେ ମେ ୩ତାରିଖ ଦିନପୂରୀ ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ । ଯାହା ଏହି ପବିତ୍ର ପ୍ରୟାସ କୁ ଏକ ଐତିହାସିକ ମର୍ଯ୍ୟାଦା ପ୍ରଦାନ କରିବ ବୋଲି ଅନୁଷ୍ଠାନ ର ଉପଦେଷ୍ଟା ଓ ସଂଯୋଜକ ପୂଜ୍ୟ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ କହିଛନ୍ତି । ବର୍ତ୍ତମାନ ଆଧୁନିକ ତା ଭିତରେ ଯେପରି ସମାଜ କୂ ପଥଗାମୀ ହେଉଛି, ଏହା ଉପରେ ଆଧ୍ୟାତ୍ମିକ ସାମାଜିକ ପରିବର୍ତ୍ତନ କୁ ଆଖି ଆଗରେ ରଖି ଗଜପତି ମହାରାଜ ଙ୍କ ଉଦ୍ଧେଶ୍ୟ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଲୁକ୍କାୟିତ ଶକ୍ତି କୁ ଜାଗ୍ରତ କରିବା, ନୈତିକ ମୂଲ୍ୟବୋଧ ର ବିକାଶ, ଆଜିର ଶିଶୁ କିଶୋର ଙ୍କୁ ଆସନ୍ତା କାଲି ସ୍ୱତନ୍ତ୍ର ନାଗରିକ ଭାବେ ଏପରି ଗଢିବା, ଯିଏ ଆଧ୍ୟାତ୍ମିକ ସାମାଜିକ ମୂଲ୍ୟବୋଧ ର ସ୍ୱତନ୍ତ୍ର ଉଦାହରଣ ହୋଇପାରିବେ । ଏହି ଶିବିର ଆୟୋଜିତ ପାଇଁ ରବିବାର ସନ୍ଧ୍ୟା ରେ ଆଳସାହି ଐସାନେଶ୍ୱର ବିଦ୍ୟାପୀଠ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବା ସହ ,ଶିବିର ର ମୁଖ୍ୟ ଭାବେ ଅନୁଷ୍ଠାନ ର ଉପଦେଷ୍ଟା ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ରହି ମନୁଷ୍ୟ ଗଢା ଯଜ୍ଞ ଓ ସଂସ୍କାର ଆନ୍ଦୋଳନ ପାଇଁ ଅଭିଯାନ ରେ ସମସ୍ତ ଙ୍କ ସହାଭାଗିତା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ଏଥି ସହ ଅନୁଷ୍ଠାନ ର ବରିଷ୍ଠ କର୍ମୀ ଯଥା ନରେନ୍ଦ୍ର ସ୍ୱାଇଁ, ଜୟରାମ ସାହୁ, ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରଶାନ୍ତ ଭୋଳ, ଐସାନେଶ୍ୱର ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସ୍ୱାଇଁ, ସଭାପତି ବିନ୍ଦୁ ସାଗର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ