Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାୟତ୍ରୀ ଆବସିକ ଶିକ୍ଷା ନିକେତନର ଚତୁର୍ଦ୍ଦଶତମ ବାର୍ଷିକୋତ୍ସବ ଅନୁଷ୍ଠିତ

ବୀରମହାରାଜପୁର :
ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ , ଭଙ୍ଗାମୁଣ୍ଡାର ଚତୁର୍ଦ୍ଦଶତମ ବାର୍ଷିକୋତ୍ସବ ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ତଥା ସୋନପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି, ଏମ.ପି. ନୋମିନୀ ତଥା ରାଜ୍ୟ ବି.ଜେ.ପି. କାର୍ଯ୍ୟ କାରିଣୀ ସଦସ୍ୟା ନଳିନୀ ପଣ୍ଡା, ଜିଲ୍ଲା ବି.ଜେ.ପି. ସଭାପତି ବେଣୁଧର ଦାସ , ସମ୍ମାନିତ ଅତିଥି ଭାବରେ ଏବଂ ଲୋକକବି ରତ୍ନ ପଦ୍ମଶ୍ରୀ ଡ. ହଳଧର ନାଗ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ । ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଅତିଥିଗଣଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ ପରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଂଗୀତ ପରିବେଷଣ କରା ଯାଇଥିଲା । ଅନୁଷ୍ଠାନର ପ୍ରଧାନ ଶିକ୍ଷକ ପଙ୍କଜ ଖମାରୀ ଙ୍କ ବିବରଣୀ ପାଠ ପରେ ଅତିଥି ମାନେ ମାର୍ଗଦର୍ଶକ କରିଥିଲେ । କଠିନ ପରିଶ୍ରମ ଓ ନିରବଛିନ୍ନ ସାଧନା ହିଁ ସଫଳତାର ଚାବିକାଠି ବୋଲି ଅତିଥି ମାନେ ମତବ୍ୟକ୍ତ କରି ଥିଲେ । ମୁଖ୍ୟ ବକ୍ତା ପଦ୍ମଶ୍ରୀ ହଳଧର ନାଗ ତାଙ୍କ ସଂଘର୍ଷମୟ ଜୀବନର ଅନୁଭୂତି ବର୍ଣ୍ଣନା କରିବା ସହିତ ଛାତ୍ର/ଛାତ୍ରୀ ମାନଙ୍କୁ ତାଙ୍କର ସ୍ଵରଚିତ କବିତା ଶୁଣେଇଥିଲେ । ମଞ୍ଚରେ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୧୫ଜଣ ପ୍ରତିଭା ଯଥା ମୁନ୍ନା ମାହାଣା , ଉଦ୍ଧବ ପଧାନ , ମଦନ ଭୋଇ , ପ୍ରଭାତ ଦାସ , ମୋନାଲିସା ନନ୍ଦ,କାର୍ତ୍ତିକ ଭୋକ୍ତା , ପୃଥ୍ବୀରାଜ ଜଗଦଲା,ରାଜେଶ ଶତପଥୀ , ଭକ୍ତି ମହାନନ୍ଦ,ସୁଧୀର ବଡଚାଟ, ଗିରିଧାରୀ ହୋତା ଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ପ୍ରଧାନ ଶିକ୍ଷକ ମଞ୍ଚ ପରିଚାଳନା କରିଥିବା ବେଳେ ଗାୟତ୍ରୀ ଆବାସିକ ହାଇଜର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଯୁଧିଷ୍ଠିର ଖମାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ