Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଖଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ଟୋପାଏ ନ ପାଇ ହନ୍ତସନ୍ତ ପଶୁ ପକ୍ଷୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ତଥା ଖରାତାତି ଯୋଗୁଁ ପଶୁପକ୍ଷୀ ଓ ଗୃହ ପାଳିତ ଜୀବଜନ୍ତୁ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ଲକ୍ଷ୍ୟ କରାଯାଇଛି । ପ୍ରଚଣ୍ଡ ଖରାରେ ତୃଷ୍ଣା ମେଣ୍ଟାଇବାକୁ ପଶୁପକ୍ଷୀ ଓ ଗୃହ ପାଳିତ ଜୀବଜନ୍ତୁ ଆଖପାଖରେ ଥିବା ଜଳାଶୟ ଓ ପୋଖରୀ ଆଡ଼କୁ ଧାଉଁଛନ୍ତି। ତେବେ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ଗାଡିଆ, ପୋଖରୀ,ନାଳ, ଜୋର ଆଦି ଜଳଶୟା ଶୁଖି ଯାଇଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ବିଭିନ୍ନ ପୋଖରୀ ଓ ଜୋର ନିକଟରେ ଜୀବଜନ୍ତୁ ଙ୍କ ପାଇଁ ଚହଲା ତିଆରି କରାଯିବାର ଆବଶ୍ୟକତା ଥିବା ସାଧାରଣ ରେ ଆଲୋଚନା ହେଉଛି। ଲୋକଙ୍କ ପାଇଁ ପଞ୍ଚାୟତ ପକ୍ଷରୁ ବିଭିନ୍ନ ଛକ ନିକଟରେ ଜଳ ଛାତ୍ର ଖୋଲା ଯାଉଥିବା ବେଳେ ପଶୁପକ୍ଷୀ ମାନଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ। ଜୀବଜନ୍ତୁ ଓ ପଶୁପକ୍ଷୀ ତୃଷ୍ଣା ନିବାରଣ ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରତି ନଳକୂପ ନିକଟରେ ଜଳକୁଣ୍ଡ ଖୋଲିବାକୁ ସାଧାରଣ ରେ ମତ ପ୍ରକାଶ ପାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ