Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଢୀମାଆର ସୁଦ୍ଧିକ୍ରିୟାକୁ ଯିବା ପାଇଁ ବଡଭାଇ ମନା କରିବାରୁ କୁରାଢୀରେ ହାଣିଦେଲା ସାନଭାଇ!

କେନ୍ଦୁଝର,୨୯।୪: ବୁଢୀମାଆର ସୁଦ୍ଧିକ୍ରିୟାରେ ରକ୍ତର ଛିଟା ପଡିଲା | ବୁଢୀମାଆର ସୁଦ୍ଧିକ୍ରିୟାକୁ ଯିବାକୁ ବଡ଼ଭାଇ ମନା କରିବାରୁ କୁରାଢୀରେ ହାଣିଲା ସାନଭାଇ । ଏହି ଘଟଣାରେ ବଡଭାଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛି ।

ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା କଣ୍ଟିଗଡିଆ ଗ୍ରାମରେ | ବଡଭାଇ ଅମର ଜେନା ଶୋଇଥିବା ସମୟରେ ସାନ ଭାଇ ଆକାଶ ଆସି ବୁଢିମାର ସୁଦ୍ଧିକ୍ରିୟାକୁ ଯିବାକୁ ବଡଭାଇକୁ ଡାକିଥିଲା। ଖରା ଯୋଗୁଁ କ୍ଲାନ୍ତି ଅନୁଭବ ହେବାରୁ ଅମର ଯିବାକୁ ମନା କରିଦେଇଥିଲେ ଏଥିରେ ସାନଭାଇ ଆକାଶ ଉତ୍ତେଜିତ ହୋଇ ହଠାତ୍ ଆକ୍ରମଣ କରିଥିଲା।ଏହାପରେ ସାନଭାଇର ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବଡ ଭାଇ ଅମରଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯିବା ନେଇ ଡାକ୍ତର କହିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories