Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚାୟତ ସ୍ତରୀୟ ମହାସଂଘ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଂଚାୟତ ସଭାଗୃହ ରେ କେନଝିରିଆପାଲି ପଞ୍ଚାୟତ ସ୍ତରୀୟ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି I ବୈଠକ ରେ ଦକ୍ଷ ନଥିପତ୍ର ଲେଖିକା (ଏମ ଵୀ କେ) ଗୀତଞ୍ଜଳି ଜେନା ଙ୍କ ଆହ୍ୱାନ କ୍ରମେ ମହାସଂଘ ର ସଭlନେତ୍ରୀ ଅଞ୍ଜଳି କର୍ଣ୍ଣ ସଭାପତିତ୍ଵ କରିଥିବା ବେଳେ ସମ୍ପାଦିକା କୌଶଲ୍ୟl ଆଡଜୁଆଳି ମଞ୍ଚାସୀନ ଥିଲେ l ସଭା ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ସସ୍ମିତା ଦୀପ ଓ ସମ୍ମାନିତ ଅତିଥି ଭାବରେ ଅଵସର ପ୍ରlପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ ବିଶି ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ବ୍ରଜ ମୋହନ ବାରିକ ଯୋଗ ଦେଇ କେନଝିରିଆପାଲି ପଞ୍ଚାୟତ ସ୍ତରୀୟ ମହlସଙ୍ଘ ଅଧୀନରେ ଥିବା ୩୨ଜଣ ସଭ୍ୟା ଙ୍କୁ ନେଇ ବାଉଁଶ କାମ ଏବଂ ୧୦୦ଜଣ ସଭ୍ୟା ଙ୍କୁ ନେଇ ଛେଳି ଫାର୍ମ , ୧୦୦ଜଣ ସଭ୍ୟା ଙ୍କୁ ନେଇ କୁକୁଡ଼ା ଫାର୍ମ , ୫୦ଜଣ ସଭ୍ୟା ଙ୍କୁ ନେଇ ଏକ ଜୈବିକ ଖତ ପ୍ରଣାଳୀ , ୯ଗୋଟି ସୟଂ ସହାୟକ ଗୋଷ୍ଠୀ ଙ୍କୁ ମାଛ ଚାଷ , ୨ ଟା ଗ୍ରୁପ କୁ ଛତୁ ଚାଷ ଗୋଟିଏ ଗ୍ରୁପ କୁ ଧୂପକାଠି ତିଆରି କାର୍ଯ୍ୟ , ୫୦ଜଣସଭ୍ୟା ଙ୍କୁ ନେଇ ଗୋ ପାଳନ ଓ ୪ଟି ଗ୍ରୁପ କୁ ଝାଡୁ ତିଆରି , ୨ ଟି ଗ୍ରୁପ କୁ ଗେଣ୍ଡୁ ଫୁଲ ଚାଷ , ସିଲେଇ କାର୍ଯ୍ୟ ରେ ୧୫ଜଣ ମହିଳା ସାମିଲ ହୋଇଛନ୍ତି I ପନିପରିବା ଚାଷ ରେ ୧୫୦ସଭ୍ୟା ସାମିଲ ହୋଇ ତଥା ମହାସଙ୍ଘ ର ୧୨୦୦ମହିଳା ଉପରୋକ୍ତ କାର୍ଯ୍ୟପନ୍ଥା ଅନୁସରଣ କରି ସ୍ୱlବଳମ୍ବି ହୋଇଥିବା ବୈଠକ ରେ ଆଲୋଚନା କରିଥିଲେ l ଆଗାମୀ ଦିନରେ ଲକ୍ଷପତି ଦିଦି ରୁ ମହାଲକ୍ଷପତି ଦିଦି ହେବାର ଯୋଜନା କରାଯାଇଥିଲା I ଆଗାମୀ ପାଞ୍ଚବର୍ଷ ରେ ମହା ସଙ୍ଘ ର ସମସ୍ତ ମହିଳା ଶିକ୍ଷା , ସ୍ୱାସ୍ଥ୍ୟ , ଜୀବନ ଜୀବିକା , ପରିମଳ ଏବଂ ଗମନା ଗମନ ଏବଂ ମହିଳା ହିଂସା. ବାଲ୍ୟ ବିବାହ. ନିଶା ନିବାରଣ ମୁକ୍ତ ପଞ୍ଚାୟତ ଗଠନ କରିବା ଦିଗରେ ମହାସଙ୍ଘ ରେ ଆଲୋଚନା କରାଯାଇଥିଲା l ଏମ ଵୀ କେ ଦିଦି ଗୀତାଞ୍ଜଳି ଜେନା ପଞ୍ଚାୟତ ସ୍ତରୀୟ ମହାସଂଘ ର ସମସ୍ତ ବାର୍ଷିକ ଆର୍ଥିକ ଅଣଆର୍ଥିକ ହିସାବକିତାବ ଉପସ୍ଥାପନ କରିଥିଲେ l ବୈଠକ ରେ ମହାସଂଘ ର ସାଧାରଣ ସଭ୍ୟା କାର୍ଯ୍ୟ ନିର୍ବାହୀ ସଭ୍ୟାସମସ୍ତ ସି ଆର ପି.ସି ଏମ ଉପସ୍ଥିତ ଥିଲେ I ପରିଶେଷରେ ଗୀତାଞ୍ଜଳି ଜେନା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ