Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସନ୍ଥକବି ଭୀମ ଭୋଇଙ୍କ ଜନ୍ମ ପିଠ ଜଟେସିଂଘା ରେ ଜୟନ୍ତୀ ପାଳିତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସନ୍ଥକବି ଭୀମଭୋଇଙ୍କ ଜନ୍ମ ସ୍ମୃତିପୀଠ ଜଟେସିଂହା ଠାରେ ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ତାଙ୍କର ଜନ୍ମ ବାର୍ଷିକୀ ଶୁକ୍ରବାର ପୂର୍ବାହ୍ନ ୯ ଘଣ୍ଟା ସମୟରେ ପାଳନ କରାଯାଇଛି । ଏହି ଉପଲକ୍ଷେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମତେ ଗ୍ରାମର ମହିଳା ଓ ପୁରୁଷ ମାନେ ଏକ ବିରାଟ ଶୋଭାଯାତ୍ରାରେ ପୀଠରୁ ବାହାରି ଗୋଧନେଶ୍ବର ନଦୀ ଘାଟରୁ କଳସ ଶୋଭାଯାତ୍ରା କରିଥିଲେ । କଳସ ଆଣି ଜନ୍ମପୀଠ ରେ ସ୍ଥାପନା କରିବା ସହିତ ଘୃତାହୁତି ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଜୟଦେବ ବାଦୀ , ଜଗଦୀଶ ନୀତି ବାବା , ମଙ୍ଗଲ୍ ଭକ୍ତ , ହର ଭକ୍ତ, ବଳିଆର ଭକ୍ତ , ଦଶରଥ ଭକ୍ତ ପ୍ରମୁଖ ଜଗତର ମଙ୍ଗଳ କାମନା କରି ମହିମା ଗୋସାଇଁଙ୍କ ଚରଣାଶ୍ରିତ ହୋଇଥିଲେ । କମିଟି ସଭାପତି ରାଧାକାନ୍ତ ଭଞ୍ଜ,ଉପ ସଭାପତି ପଦ୍ମନାଭ ବାଦୀ, କୋଷାଧ୍ୟକ୍ଷ ସୁଶୀଲ ବାଦୀ, ସଦସ୍ୟ କୁମର ଲୁହା, ଅରୁଣ ବାଦୀ , ସାରଥୀ କଅଁର, ରାଜେନ୍ଦ୍ର ଲୁହା,ଗଗନ ବାଦୀ,ବନ ରାଜହଂସ ପ୍ରମୁଖ କଳସ ଶୋଭାଯାତ୍ରାରେ ସହଯୋଗ କରିଥିଲେ। କଳସ ଶୋଭାଯାତ୍ରାରେ ପାଞ୍ଚଶହରୁ ଅଧିକ ପୁରୁଷ ଓ ମହିଳା ସାମିଲ ହୋଇଥିଲେ। ସପ୍ତଦୀପା ସାହିତ୍ୟ ସଂସଦ ର ସଭାପତି କବି ଡ ଦ୍ବିତୀକୃଷ୍ଣ ପଣ୍ଡା ଓ ବରିଷ୍ଠ ନାଗରିକ ସଂଗଠନ ବୀରମହାରାଜପୁର ର ସଦସ୍ୟ ଜ୍ଞାନେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ