Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରାଜୁଏଟ ଶିକ୍ଷକ ପଦୋନ୍ନତିରେ ଜାଲିଆତି ଅଭିଯୋଗ

ଖଡ଼ିଆଳ : ନୂଆପଡା ଜିଲା ଶିକ୍ଷା ବିଭାଗ ଦ୍ବାରା ନିଯୁକ୍ତି ପାଇଥିବା ଗ୍ରେଜୁଏଟ ଶିକ୍ଷକ ଶିକ୍ଷୟତ୍ରି ମାନଙ୍କ ଅନେକ ସାର୍ଟିଫିକେଟ ଜାଲ ରହିଥିବା ଅଭିଯୋଗ ହୋଇଛି,ଏହାର ସତ୍ୟା ସତ୍ୟ ଜାଣିବା ପାଇଁ ଖଡିଆଳ ବ୍ଲକ ପୋଡାପାଲି ଗାଁର ବରିଷ୍ଠ ଶିକ୍ଷକ ସୁରେଶ ଦୀପ ସୁଚନା ଅଧିକାର ଜରିଆରେ ନୂଆପଡା ଡିଇଓ ଅଫିସକୁ ତଥ୍ୟ ମାଗିଛନ୍ତି। ଶ୍ରୀଯୁକ୍ତ ଦୀପ ତାଙ୍କ ଆରଟିଆଇରେ ଜଣାଇଛନ୍ତି ଯେ ଗତ ୧୦/୦୩/୨୦୨୩ ତାରିଖରେ ନୂଆପଡା ଶିକ୍ଷା ବିଭାଗ ତରଫରୁ ଜିଲାର ୫ ଟି ବ୍ଲକରେ ୪୦୨ ଜଣ ବିଜ୍ଞାନ ଓ କଳା ଶିକ୍ଷକ ଶିକ୍ଷୟତ୍ରିଙ୍କୁ ଗ୍ରେଜୁଏଟ ଶିକ୍ଷକ ଭାବରେ ପଦୋନ୍ନତି ଦିଆଯାଇଛି। ଏମାନଙ୍କ ମଧ୍ୟରୁ ଅନେକେ ଶିକ୍ଷକତା ସମୟରେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିଛନ୍ତି, ନିୟମ ମୁତାବକ ଏହି ଶିକ୍ଷକ ଶିକ୍ଷୟତ୍ରି ଶିକ୍ଷକତା କରୁଥିବା ସମୟରେ ଅନ୍ୟତ୍ର ବିଦ୍ୟାଳୟ ହେଉ କିମ୍ବା ବିଶ୍ବ ବିଦ୍ୟାଳୟରେ ପାଠ ପଢିବା ପୁର୍ବରୁ ସେମାନେ ଉପରିସ୍ଥ ଅଧିକାରୀ ମାନଙ୍କ ଅନୁମତି ନେବାକଥା କିନ୍ତୁ ଏଥିରେ ବ୍ୟତିକ୍ରମ କରୁଥିବା ଜଣାପଡିଛି, ଏହାବ୍ଯତିତ ଅନ୍ୟାନ୍ୟ ବୋର୍ଡରେ ପାସ ହେବା ପରେ ସେହି ବିଶ୍ୱ ବିଦ୍ୟାଳୟର ମାଇଗ୍ରେସନ ସାର୍ଟିଫିକେଟ ଠାରୁ ନେଇ ଏନସିଟି ଓ ଏକୁଭେଲେଣ୍ଟ ପରମିଶନ ନିର୍ଦ୍ଦେଶନାମା ମଧ୍ୟ ଦେବାକଥା ତାହା ମଧ୍ୟ ପାଳନ ନ କରି ଜାଲିଆତି କାଗଜ ପତ୍ର ଦେଇ ଅନେକ ଶିକ୍ଷକ ଶିକ୍ଷୟତ୍ରି ଅଯୋଗ୍ୟ ଥାଇ ମଧ୍ୟ ଚାକିରୀ କରୁଥିବା ବେଳେ ପଦୋନ୍ନତି ମଧ୍ୟ ପାଉଥିବା ଅଭିଯୋଗ ହେଉଛି। ଏହି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତଥ୍ୟ ଜାଣିବା ପାଇଁ ଶିକ୍ଷକ ସୁରେଶ ଦୀପ ଗତ ମାର୍ଚ୍ଚ ମାସ ୩୧ ତାରିଖ ରେ ନୁଆପଡା ଡିଇଓ ଅଫିସରେ ଆରଟିଆଇ ଫାଇଲ କରିଛନ୍ତି । ଆରଟିଆଇର କାଗଜପତ୍ର ପ୍ରଦାନ ପାଇଁ କୋଡିଏ ହଜାର ଟଙ୍କା ଜମା ପାଇଁ ତାଙ୍କୁ ଡିଇଓ ଅଫିସ କହିବାରୁ ସେ ୨୦ ହଜାର ଟଙ୍କା ଜମା ମଧ୍ୟ ଦେଇଛନ୍ତି ହେଲେ ଏବେ ସୁଦ୍ଧା ଆରଟିଆଇର କୌଣସି କାଗଜ ପତ୍ର ତାଙ୍କୁ ମିଳି ପାରିନାହିଁ। ଏହି ଶିକ୍ଷକ ମାନଙ୍କ ଠାରୁ ସବୁ ଡୋକୁମେଣ୍ଟ ମଗାଯାଇଛି ଓ ସେମାନେ ଦେଲା ପରେ ସୂଚନା ଆବେଦନକାରୀଙ୍କୁ ଦିଆଯିବ ବୋଲି ସୂଚନା ଅଧିକାରୀ କହିଛନ୍ତି। ଶ୍ରୀଯୁକ୍ତ ଦୀପ ଗଣ ମାଧ୍ୟମ ପ୍ରତିନିଧିକୁ ସାକ୍ଷାତକାର ରେ ଉପରୋକ୍ତ ସମସ୍ତ ବୃତ୍ତାନ୍ତ ଜଣାଇବା ସହ ଅତିଶୀଘ୍ର ସୂଚନା ପ୍ରଦାନ କରିବାକୁ ଦାବି ରଖିଛନ୍ତି। ଅନ୍ୟପକ୍ଷେ ବୁଦ୍ଧିଜୀବି ମାନେ ସୁରେଶ ଦୀପଙ୍କ ଆରଟିଆଇ ସମ୍ବନ୍ଧୀୟ କାର୍ଯ୍ୟକୁ ସ୍ବାଗତ କରି ଏ ଦିଗରେ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ