ମାଟ୍ରିକ ପରୀକ୍ଷା, ବେଳାଭୂମି ହାଇସ୍କୁଲ ଟପର ।
ଅସ୍ତରଙ୍ଗ,ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ମାଟ୍ରିକ ପରୀକ୍ଷା ଲାଗି ହୋଇ ଥିବା ପାଞ୍ଚ ଗୋଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ପାଟଳଦା କେନ୍ଦ୍ର ଟି ମୁକ୍ତ ବିଦ୍ୟାଳୟ କେନ୍ଦ୍ର ରହିଥିଲା । ଆଉ ଚାରିଗୋଟି କେନ୍ଦ୍ର ଯଥା,ଜନତା ହାଇ ସ୍କୁଲ ବନ୍ତିଲୋ, ସୁରେନ୍ଦ୍ର ନାଥ ବିଦ୍ୟାପୀଠ ସୁନ୍ଦର,ଅସ୍ତରଙ୍ଗ ହାଇ ସ୍କୁଲ୍, ଐଶା ନେଶ୍ୱର ବିଦ୍ୟାପୀଠ ଅଠତିରା ଆଦି ମିଶି ମୋଟ୮୯୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ବେଳାଭୂମି ହାଇ ସ୍କୁଲ ର ଛାତ୍ର ସୁରଜ୍ ପ୍ରଧାନ ୫୪୭ ନମ୍ବର ରଖି ପ୍ରଥମ ସ୍ଥାନ ବା A1 ହୋଇ ଥିବା ବେଳେ,ତାଙ୍କ ତଳକୁ ଜନତା ଉଚ୍ଚ ବିଦ୍ୟାଳୟ ବନ୍ତିଲୋ ର ଛାତ୍ର ପୁଷ୍ପଜିତ୍ ପ୍ରଧାନ ଓ ପଐଶାନେଶ୍ୱର୍ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଶ୍ରୀ ଶଶାଙ୍କ ଦଳାଇ ଉଭୟ ୫୪୦ ନମ୍ୱର୍ ରଖି A1 ର ଦ୍ୱିତୀୟ ସ୍ଥାନରେ ରହି ଛନ୍ତି । ଏହି ସଫଳତା ପାଇଁ ବେଳାଭୂମି ହାଇ ସ୍କୁଲ୍ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସ୍ୱାଇଁ, ଏନ,ପି,ଏସ ଶିକ୍ଷକ ସଂଘ ର ବ୍ଲକ ସଭାପତି ଡକ୍ଟର ଚିତ୍ତରଞ୍ଜନ ବିଶ୍ଵାଳ ଓ ଜନତା ହାଇ ସ୍କୁଲ୍ ର ପ୍ରଧାନ ଶିକ୍ଷକ ଦିଲୀପ କୁମାର ପରିଡ଼ା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ,ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

